39.2 C
Bhubaneswar
Thursday, April 18, 2024
Homeଓଡିଶାସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ବଲାଙ୍ଗୀର : ଶୀତଳଷଷ୍ଠୀ ଅର୍କେଷ୍ଟ୍ରା ଦେଖି ଫେରୁଥିବା ବେଳେ ଯୁବକଙ୍କୁ ଛୁରା ମାରି ହତ୍ୟା ଘଟଣାରେ ପୋଲିସକୁ ସଫଳତା । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଗିରଫ ଦୁଇ ଜଣ ହେଲେ ବିମଲ ରାଉଳ ଓ ପ୍ରୀତମ କଲତା । ଗିରଫ ପରେ ପ୍ରୀତମ ଓ ବିମଲକୁ ନେଇ ଘଟଣାସ୍ଥଳରେ ସିନରିକ୍ରିଏସନ କରିଛି ଟାଉନ ଥାନା ପୋଲିସ । ତେବେ କିଭଳି ଭାବରେ ଘଟଣା ଦିନ ହତ୍ୟା କରିଥିଲେ ତାହାକୁ ନେଇ ସିନରିକ୍ରିଏସନ ସମୟରେ ସମସ୍ତ କଥା ବଖାଣିଛନ୍ତି ଉଭୟ ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ସହରର ବିଭିନ୍ନ ସ୍ଥାନରେ ଶୀତଳଷଷ୍ଠୀ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ରାଧାରାଣୀ ପଡାରୁ ଅର୍କେଷ୍ଟ୍ରା ଦେଖି ଫେରୁଥିବା ବେଳେ ସହରର ନୃସିଂହମନ୍ଦିର ନିକଟରେ ଚା’ ପିଇବା ପାଇଁ ଅଟକିଥିଲେ ୫ ରୁ ୮ ଜଣ ଯୁବକ । ପୂର୍ବରୁ ସେହି ସ୍ଥାନରେ ଥିବା କିଛି ଯୁବକଙ୍କ ସହ ସେମାନଙ୍କର କଥା କଟାକଟି ହୋଇଥିଲା । ହଠାତ ଯୁବକମାନଙ୍କ ମଧ୍ୟରୁ ଜଣେ ଛୁରା ମାଡ଼ କରିଥିଲେ । ବଡ଼ପଡାର ସରୋଜ ପାଣିଗ୍ରାହୀ ଓ କନ୍ଧପାଲି ପଡାର ପ୍ରେମ ସାହୁଙ୍କ ମଧ୍ୟରେ ହାତାହାତି ହୋଇଥିଲା । ତେବେ ସରୋଜଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରେମ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking