34.1 C
Bhubaneswar
Friday, March 29, 2024
Homeଅପରାଧମ୍ୟାଟ୍ରିମୋନିରେ ସ୍ୱପ୍ନର ସୁନ୍ଦରୀ ଖୋଜି ଫସିଗଲେ ଯୁବକ

ମ୍ୟାଟ୍ରିମୋନିରେ ସ୍ୱପ୍ନର ସୁନ୍ଦରୀ ଖୋଜି ଫସିଗଲେ ଯୁବକ

କଟକ: ସବୁ ପୁରୁଷ ଚାହିଥାନ୍ତି ତାଙ୍କୁ ମନ ପସନ୍ଦର ସାଥୀ ଜଣେ ମିଳନ୍ତୁ । ଝିଅ ଟିଏ ମଧ୍ୟ ମନର ମଣିଷ ପାଇଁ ବେଶ୍ ଆଶାବାଦୀ ଥାନ୍ତି । କିନ୍ତୁ ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରେନାହିଁ । ବର୍ତ୍ତମାନର ସମୟରେ ବିବାହ ପାଇଁ ଯୋଗ୍ୟ ସାଥୀ ଖୋଜିବା ପାଇଁ ଲୋକେ ଅନଲାଇନ୍ ମ୍ୟାଟ୍ରିମୋନିଆଲ ସାଇଟକୁ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ଥରେ ଚିନ୍ତା କରିଛନ୍ତି କି ଏହା କେତେ ସୁରକ୍ଷିତ ତଥା ଭରସାଯୋଗ୍ୟ । ଏଥିରେ ବ୍ୟକ୍ତିଙ୍କ ତଥ୍ୟରେ କେତେ ସତ୍ୟତା ରହିଛି । କାରଣ ଅନେକ ସମୟରେ ଏଭଳି ଖବର ଆସିଛି ଯେତେବେଳେ ମ୍ୟାଟ୍ରିମୋନୀରେ ହୋଇଥିବା ପ୍ରେମ୍ ଧୋକା, ଲୁଟ୍ ରେ ଶେଷ ହୋଇଛି । ଠିକ୍ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ତାହପୁଣି ସିଲଭର ସିଟି କଟକରୁ ।

ଯେଉଁଠାରେ ମାଟ୍ରିମୋନି ସାଇଟରୁ ଜୀବନ ସାଥୀ ଖୋଜିବା ମହଙ୍ଗା ପଡିଲା ପଡ଼ିଛି ଜଣେ ବ୍ୟକ୍ତିଙ୍କୁ । ଦ୍ୱିତୀୟ ବିବାହ କରିବା ପାଇଁ ମନବଳାଇଥିଲେ ସୂର୍ଯ୍ୟକାନ୍ତ କିନ୍ତୁ ଫସିଗଲେ ମାଟ୍ରିମୋନି ସାଇଟର ସୁନ୍ଦରୀଙ୍କ ପ୍ରେମରେ । ଆଉ ହରାଇଲେ ଲକ୍ଷ ଲକ୍ଷ ଟଙ୍କା । ସେପଟେ ସୁନ୍ଦରୀଙ୍କ ବାପା ହେଲେ ପୋଲିସ ଅଧିକାରୀ ଯେଉଁଥିପାଇଁ ପୁଅର ଅଭିଯୋଗ ବି ଶୁଣିଲେନି ଥାନା ବାବୁ ବିବାହ କରିବା ବଦଳରେ ଆଜି ଦୌଡୁଛନ୍ତି ଥାନା । ସୂଚନା ଅନୂଯାୟୀ, ଡିସେମ୍ବର ୨୫ ତାରିଖରେ ବାଲେଶ୍ୱର ସୋର ଅଞ୍ଚଳର ସୂର୍ଯ୍ୟକାନ୍ତ, ମାଟ୍ରିମୋନିଆଲ ମାଧ୍ୟମରେ ନିଜର ବିବାହ ପାଇଁ ଏକ ପ୍ରସ୍ତାବ ଠିକ୍ କରିଥିଲେ । କଟକର ଜଣେ ଝିଅଙ୍କୁ ସେ ନିଜ ଜୀବନ ସାଥୀପାଇଁ ବାଛିଥିଲେ । ଦୁଇ ଜଣ ପରସ୍ପରକୁ ପସନ୍ଦ କରିବା ପରେ ଜୁନରେ ବିବାହ ହେବା ନେଇ ମଧ୍ୟ ଝିଅ ତରଫରୁ ସହମତି ମିଳିଲା । ଉଭୟଙ୍କର ଏହା ଦ୍ୱିତୀୟ ବିବାହ ହେବାକୁ ଯାଉଥିଲା ।

ଯୁବତୀଙ୍କ ପ୍ରଥମ ବିବାହରୁ ଏକ ପୁତ୍ର ସନ୍ତାନ ରହିଛି । ଆଉ ଏମିତିରେ କିନ୍ତୁ ବର୍ତ୍ତମାନ ବିବାହ ପୂର୍ବରୁ ଦୁହେଁ ରାଜି ହେଲେ ପ୍ରଥମେ କଥା ହେବେ ତା ପରେ ଭଲରେ ସଂପର୍କ ବିତେଇବା ପରେ ଶେଷରେ ବିବାହ କରିବା । ଧୀର ଧୀରେ ଦୁହିଁଙ୍କ ମଧ୍ୟରେ ଏମିତି ଭଲ ପାଇବା ବଢିଯାଇଥିଲା । କିନ୍ତୁ ଯୁବତୀ ଜଣଙ୍କ ବିଭିନ୍ନ ଉପାୟରେ ସୂର୍ଯ୍ୟକାନ୍ତଙ୍କ ଠାରୁ ଆରମ୍ଭ କରିଥିଲେ ଟଙ୍କା ନେବା । କେତେବେଳେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ତ ପୁଣି କେତେବେଳେ ନିଜ ପୁଅର ଦରକାରୀ ଜିନିଷ ପତ୍ର । ଏବଳି କରି ପାଖାପାଖି ୩ ଲକ୍ଷ ଟଙ୍କା ମାଗି ନେଇଥିଲେ । କିନ୍ତୁ ସବୁ କଥା ଜାଣିବା ବେଳକୁ ଡେରି ହୋଇଯାଇଥିଲା । ସୂର୍ଯ୍ୟକାନ୍ତ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିପାରିନଥିଲା । ଶେଷରେ ଆଜି ମଙ୍ଗଳବାର କଟକ ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଭିଯୋଗ ନେଇ କିନ୍ତୁ ତାଙ୍କୁ ସେଠାରୁ ତଡି ଦେଇଥିଲେ । ଥାନାରେ ଏହା ମଧ୍ୟ କୁହାଗଲା ଆମକୁ ପଚାରି ପଇସା ଦେଇଥିଲେ କି ଆସିଛ ଅଭିଯୋଗ କରିବାକୁ । ଯାହାକୁ ନେଇ ଚିନ୍ତାରେ ସୂର୍ଯ୍ୟକାନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking