33.1 C
Bhubaneswar
Thursday, April 25, 2024
Homeଅପରାଧଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଆଜି ସକାଳ ୫ଟା ୩୦ ସମୟରେ ଜନୈକ ମହିଳା ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ସୂଚନା ଅନୁଯାୟୀ, ବ୍ୟାସନଗରର ନୂଆ ମାର୍କେଟ୍ ସାହିର ନିରଞ୍ଜନ ଦାଶଙ୍କ ଦ୍ବିତୀୟ ଝିଅ ପୂଜାରାଣୀ ଦାଶ ଆଜି ସକାଳେ ବାଥରୁମରେ ପଶି ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ । ତାଙ୍କର ଚିତ୍କାର ଶୁଣି ଘରଲୋକେ ପୂଜାରାଣୀଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ପୂଜାରାଣୀଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ପୂଜାରାଣୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି ।
https://onakhabar.com/2020/03/14/deadbody-found-16/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking