28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଦିଲ୍ଲୀରେ ହଟିଲା ସପ୍ତାହାନ୍ତ କର୍ଫ୍ୟୁ

ଦିଲ୍ଲୀରେ ହଟିଲା ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସଂକ୍ରମଣ କମିଥିବାରୁ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି ଏବଂ ଅଡ୍-ଇଭେନ୍ ବ୍ୟବସ୍ଥା ବି ଶେଷ ହୋଇଛି । ଗୁରୁବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଡିଡିଏମ୍ଏ)ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହା ସହିତ ବାର୍, ରେଷ୍ଟୁରାଣ୍ଟ ଏବଂ ସିନେମା ହଲ୍ ଗୁଡିକ ୫୦% କ୍ଷମତା ସହିତ ଖୋଲିବ । ସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦% କର୍ମଚାରୀ ସହ କାର୍ଯ୍ୟ କରିବ।

ଦିଲ୍ଲୀ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ରାଜଧାନୀ ନଗରୀରେ ସପ୍ତାହାନ୍ତ କର୍ଫ୍ୟୁ ଶେଷ ହେବ, କିନ୍ତୁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଡିଡିଏମ୍ଏର ପରବର୍ତ୍ତୀ ବୈଠକରେ ବିଦ୍ୟାଳୟ ଖୋଲିବା ଉପରେ ବିଚାର କରାଯିବ । ସର୍ବାଧିକ ୨୦୦ ଲୋକ କିମ୍ବା ୫୦% କ୍ଷମତା ସହିତ ବିବାହ ଅନୁଷ୍ଠିତ ହେବ । ବାର୍, ରେଷ୍ଟୁରାଣ୍ଟ ଏବଂ ସିନେମା ହଲ୍ ୫୦% କ୍ଷମତା ସହିତ ଖୋଲିବ । ସରକାରୀ କାର୍ଯ୍ୟାଳୟଗୁଡିକ ୪୦% କ୍ଷମତା ସହିତ କାର୍ଯ୍ୟ କରିବ ।

ସେ ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ସ୍କୁଲଗୁଡ଼ିକ ବନ୍ଦ ରହିବ । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ର ପରବର୍ତ୍ତୀ ବୈଠକରେ ଏହି ବିଷୟ ଉପରେ ଆଲୋଚନା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking