ପେଟ୍ରୋଲକୁ କିଏ ବି ୧୦ ଟଙ୍କା ଶସ୍ତାରେ ଦେଇଦେବ, ହେଲେ ଏମିତି ଭିଡିଓ କିଏ ଦେବ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଟ୍ୱିଟ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦାମ ନେଇ ବିରୋଧୀମାନେ ସରକାରଙ୍କୁ ଆକ୍ରମଣ କରୁଛନ୍ତି । ହେଲେ ଏହାବାଦ କିଛି ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟ ଅପେକ୍ଷା ଏହି କଥା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ, ସରକାର କେତେ ଆତଙ୍କବାଦୀଙ୍କୁ ସଫା କରିଛନ୍ତି । ଏମିତି ହିଁ ଏକ ଟ୍ୱିଟ ହାଲିଆ ଦୌରରେ ଭାଇରାଲ ହେଉଛି ଓ ସେଥିରେ ବାରମ୍ବାର କୁହାଯାଉଛି, ପେଟ୍ରୋଲ-ଡିଜେଲ ଦର ଯେତେ ବି ବଢୁ, ହେଲେ ଦେଶର ଶତ୍ରୁଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।
ଶ୍ରୀଷ ଚ୍ରିପାଠୀ ଲେଖିଛନ୍ତି, ପେଟ୍ରୋଲ ସବସିଡି ଦେଇ କିଏ ବି ୧୦ ଟଙ୍କା  ଲିଟର ଶସ୍ତାରେ ଦେଇଦେବ । ହେଲେ ଆତଙ୍କବାଦୀଙ୍କୁ ହୁରୋଁ ଯାଏଁ ପହଂଚାଉଥିବା ଏମିତି ଭିଡିଓ କିଏ ଦେବ । ଏହାସହିତ ସେ ଏହି ଟ୍ୱିଟରେ ଲେଖିଛନ୍ତି, ଏହା ନୂଆ ଭାରତ । ଆତଙ୍କବାଦ ଉପରେ ଜିରୋ ଟଲେରାନ୍ସ ନୀତି ହିସାବରେ ଯେଉଁ ଘରେ ଆତଙ୍କବାଦୀ ଲୁଚି ରହିଛନ୍ତି, ସେହି ଘରକୁ ମ୍ୟାନ ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ଦ୍ୱାରା ସେନା ଉଡାଇଦିଏ ।

ଟ୍ୱିଟ ସହିତ ଏକ ଭିଡିଓ ବି ପୋଷ୍ଟ କରାଯାଇଛି । ଯେଉଁଥିରେ ଏକ ଜଳୁଥିବା ଘର ନଜର ଆସୁଛି । ଏହାସହିତ ଘର ଆଡକୁ ଜବରଦସ୍ତ ଭାବରେ ଫାୟାରିଂ କରାଯାଉଛି । ତେବେ ଏହା କେବେକାର ଓ କେଉଁଠାର ବୋଲି ଜଣାପଡିନି ।

 

LEAVE A REPLY

Please enter your comment!
Please enter your name here