28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକୁନିନ୍ଦା ଗାଁରେ ଭାରତୀୟ ଜନତା ପାର୍ଟିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୁନିନ୍ଦା ଗାଁରେ ଭାରତୀୟ ଜନତା ପାର୍ଟିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତର କୁନିନ୍ଦା ଗାଁରେ ଭାରତୀୟ ଜନତା ପାର୍ଟିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲା ପ୍ରଭାରି ଶାରଦା ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେପି ଦଳ ପ୍ରତିଷ୍ଠାର ଉଦ୍ଧେଶ୍ୟ ସଂପର୍କରେ ସୂଚନା ଦେବା ସହିତ କେନ୍ଦ୍ରସରକାରଙ୍କ ସପଂଳତା ସଂପର୍କରେ ଉପସ୍ଥିତ କର୍ମୀ ମାନଙ୍କୁ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବରରେ ଯାଜପୁର ଜିଲା ସଭାପତି ଗୌତମ ରାୟ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିପଂଳତା ସଂପର୍କରେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ଜୋନ ସଭାପତି ମାନଙ୍କ ସହିତ ପଂଚାୟତ ସ୍ତରୀୟ ନେତା ମାନେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking