40.1 C
Bhubaneswar
Thursday, April 25, 2024
Homeଓଡିଶାବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଇ ଏନ ଟି ୟୁ ସି ପକ୍ଷରୁ କଳିଙ୍ଗନଗର...

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଇ ଏନ ଟି ୟୁ ସି ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ଧରି ଗଣଧାରଣା

ଯାଜପୁର: ଆଜିରାଜ୍ୟ ସରକାର କରୋନା ମହାମାରୀ ପରିସ୍ଥିତି ରେ ସାଧାରଣ ଜନତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ବିଦ୍ୟୁତ ତାରିଫ ଛାଡ଼ ନକରି ୟୁନିଟ ପିଛା 20ପଇସା ବୃଦ୍ଧି କରିବା, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା କୁ ଘରୋଇକରଣ କଲାବେଳେ ଶ୍ରମିକ କର୍ମଚାରୀ ଙ୍କ ଚାକିରୀ ସ୍ଥାୟୀତ୍ୱ, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତ୍ତା, ମଜୁରୀ, ବୋନସ ସମ୍ପର୍କ ରେ କୌଣସି ସର୍ତ୍ତ ନରଖିବା ଓ କୋଭିଡ -19 ରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ଦାବିରେ ଓଡିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ନଭେମ୍ବର 3, 4ଓ 5ପର୍ଯ୍ୟନ୍ତ ଚାଲୁରହିବ !ଆଜି ରାଷ୍ଟୀୟ ମଜଦୁର କଂଗ୍ରେସ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଗୋପବନ୍ଧୁ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ନୀଳାଚଳ ଇସ୍ପାତ ନିଗମ କୁ ତୁରନ୍ତ ଚାଲୁ କରିବା, କର୍ମଚାରୀ ମାନଙ୍କ ଦରମା ପ୍ରଦାନ କରିବା, ମେସ୍କୋ କାରଖାନା କୁ ତୁରନ୍ତ ଚାଲୁ କରିବା, ନିର୍ମାଣ ଶ୍ରମିକ ମାନଙ୍କୁ କରୋନା ସହାୟତା 6ହଜାର ଟଙ୍କା ଦେବା, ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା ଓ କୃଷି ବିଲ ପ୍ରତ୍ୟାହାର ଦାବିରେ ଗଣଧାରଣା ଓ ପ୍ରତିବାଦ ସଭା ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପହି, ଉପ ସଭାପତି ନିରଞ୍ଜନ ପରିଡା, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସମ୍ପାଦକ ପରମାନନ୍ଦ ସେଠୀ, ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ, ମେସ୍କୋ ଷ୍ଟିଲ ୱାର୍କରସ ୟୁନିଅନ ସଭାପତି ଗଣେଶ୍ୱର ନାୟକ, କାର୍ଯ୍ୟକାରୀ ସମ୍ପାଦକ ସେcକ ସବୀର ହୋସେନ, ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ର ଆବାହକ ରଞ୍ଜନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking