27.8 C
Bhubaneswar
Friday, April 19, 2024
Homeଓଡିଶାରାଜଧାନୀରେ କେବଳ ସେପ୍ଟେମ୍ବରରେ ଏକ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ

ରାଜଧାନୀରେ କେବଳ ସେପ୍ଟେମ୍ବରରେ ଏକ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଲଗାଣ ବର୍ଷାରେ ସହରାଞ୍ଚଳ ସମେତ ବସ୍ତିରେ କାୟା ବିସ୍ତାର କରିଚାଲିଛି ଏଡିସ ମଶା । ଘରେ ଘରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଟିଆ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସାଲିଆ ସାହିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶହେ ପାର କରିଛି ।

ସେପ୍ଟେମ୍ବରରେ କେବଳ ଏକ ହଜାର ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ସରକାରୀ ଭାବେ ଡେଙ୍ଗୁ ଜନିତ କାହାରି ମୃତ୍ୟୁ ହୋଇନାହିଁ । ଡେଙ୍ଗୁ ସ୍ଥିତି ପାଇଁ ବିଏମସିର ପରିମଳ ବ୍ୟବସ୍ଥାକୁ ସିଧାସଳଖ ଦାୟୀ କରିଛନ୍ତି ରାଜଧାନୀବାସୀ । ଅନ୍ୟପଟେ ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ୫୦ ପ୍ରତିଶତ କମିଛି । ସପ୍ତାହକୁ ଦୁଇଦିନ ଡ୍ରାଏ ଡେ’ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି ବିଏମସି କମିଶନର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking