ପୁଲୱାମା: ଜମ୍ମୁ-କଶ୍ମୀରର ପୁଲ୍ୱାମା ଜିଲ୍ଲା ଅନ୍ତର୍ଗତ ଅରିହାଲ୍ରେ ଗୁରୁବାର ରାତିରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଜାରୀ ଏନ୍କାଉଣ୍ଟର୍ରେ ଜଣେ ଆତଙ୍କୀ ପ୍ରାଣ ହରାଇଛି । ଶୁକ୍ରବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁସାରେ ଇନ୍ପୁଟ୍ ଆଧାରରେ ଅରିହାଲ୍ର ନ୍ୟୁକଲୋନୀ ଅଞ୍ଚଳକୁ ଘେରାଉ କରି ସେନା ଓ ଜମ୍ମୁ-କଶ୍ମୀର ପୁଲିସ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଥିଲା ।
ଏହି ଅବସରରେ ଆତଙ୍କୀ ପକ୍ଷରୁ ଗୁଳିଚାଳନା କରାଯିବାରୁ ସୁରକ୍ଷାବଳ କଡ଼ା ଜବାବ ଦେଇଥିଲେ । କେତେକ ଘଣ୍ଟା ଧରି ଉଭୟ ପକ୍ଷରୁ ରହି ରହି ଗୁଳି ଗୋଳା ବର୍ଷଣ ଚାଲିଥିଲା । ଏହି ଅଭିଯାନରେ ଜଣେ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ସେନା ଅସ୍ତ୍ରଶସ୍ତ୍ର ଓ ତା’ ଠିକଣାକୁ ମଧ୍ୟ ସଫା କରିଦେଇଛି । ଆତଙ୍କବାଦୀ ଏବଂ ସଂଗଠନର ତତ୍କାଳ ଚିହ୍ନଟ କରାଯାଇପାରି ନାହିଁ ।