26.1 C
Bhubaneswar
Friday, March 29, 2024
Homeଓଡିଶାସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ୍‌, ଦଶଦିନର ଶିଶୁ ୧୦ହଜାର ଟଙ୍କାରେ ବିକ୍ରି

ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ୍‌, ଦଶଦିନର ଶିଶୁ ୧୦ହଜାର ଟଙ୍କାରେ ବିକ୍ରି

ଭୁବନେଶ୍ୱର : ଦଶ ହଜାର ଟଙ୍କାରେ ମିଳୁଛି ଦଶଦିନର ନବଜନ୍ମିତ ଶିଶୁ । କେଉଁ ଅପହଞ୍ଚ ଇଲାକା ନୁହେଁ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଏକ ଶିଶୁ ବିକ୍ରି ନେଇ ଶୁକ୍ରବାର ଅଭିଯୋଗ ଆସିଛି । ଦଶଦିନର ନବଜନ୍ମିତ ଶିଶୁକୁ ମାତ୍ର ୧୦ହଜାର ଟଙ୍କାରେ ବିକ୍ରି କରାଯାଇଥିବା ନେଇ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଜଣେ ଦମ୍ପତି ୧୦ହଜାର ଟଙ୍କାରେ ନିଜ ୧୦ଦିନର ଛୁଆକୁ ଜଣେ ଯୁବକକୁ ଟେକି ଦେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ଏହି ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରୁ ସୂଚନା ପାଇବାପରେ ଚାଇଲ୍ଡ ଲାଇନ ପକ୍ଷରୁ ଓସିପିସିଆର୍‌, ଅତିରିକ୍ତ ସିଡ଼ବ୍ଲୁସି, ଖୋର୍ଦ୍ଧା ଡିସିପିଓ, ଭୁବନେଶ୍ୱର ଡିସିପିଙ୍କୁ ତଦନ୍ତ ନିମନ୍ତେ ଅବଗତ କରାଯାଇଛି ।

ଏଥିସହିତ ଚାଇଲ୍ଡ ଲାଇନ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଆଜି ଘଟଣା ସମ୍ପର୍କରେ ଅଧିକ ଯାଞ୍ଚ କରାଯିବ ବୋଲି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଖାରବେଳନଗର ଥାନାଧିକାରୀ ଅରୁଣ କୁମାର ସ୍ୱାଇଁ କହିଛନ୍ତି । ତେବେ ସାମାଜିକ ଗଣମାଧ୍ୟମରେ ଶିଶୁ ବିିକ୍ରି ନେଇ ଉଠିଥିବା କଥାର ସତ୍ୟତା ଜାଣିବା ପାଇଁ ଆଜି ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ ଏକ ଗଳିରେ ପଲ୍ସର-୨୨୦ ବାଇକ୍‌ରେ ଜଣେ ଯୁବକ ଆସି ଛିଡ଼ା ହୋଇଛନ୍ତି । ଏହାପରେ ଜଣେ ଗରିବଶ୍ରେଣୀର ଦମ୍ପତି ତାଙ୍କ ୩ରୁ ୪ପିଲାଙ୍କୁ ଧରି ଚାଲିଚାଲି ଆସୁଛନ୍ତି । ପରେ ସେହି ଯୁବକଙ୍କୁ ଦମ୍ପତି ତାଙ୍କର ଦଶଦିନର ଶିଶୁକୁ ବିକ୍ରି କରିଦେଉଛନ୍ତି । ଏସମ୍ପର୍କରେ ସେହି ଭିଡ଼ିଓରେ ସମ୍ପୃକ୍ତ ଶିଶୁର ବାପା କହିଛନ୍ତି, ସେ ପାଳନ କରିବାକୁ କହି ଛୁଆକୁ ନେଲା । ଆଉ ୧୦ହଜାର ଟଙ୍କା ଦେଲା । ୧୦ଦିନର ଶିଶୁପୁତ୍ର ଥିଲା, ବହୁତ୍ କାନ୍ଦୁଥିଲା । ହେଲେ ବହୁତ୍ କମ୍ ଟଙ୍କାରେ ବିକ୍ରି କରିଦେଲି । ୨୦ରୁ ୩୦ହଜାରେ ଟଙ୍କାରେ ବିକିବାର ଥିଲା ବୋଲି ଶିଶୁଟିର ବାପା କହିଛନ୍ତି । ତେବେ ଏଭଳି ଘଟଣା ଦେଖିବା ପରେ ରାଜଧାନୀରେ ବେଧଡ଼କ ଭାବେ ଶିଶୁ ବିକ୍ରି ହେଉଥିବା ସନ୍ଦେହ କରାଯାଉଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଘଟଣା ପଛର ସତ୍ୟତାକୁ କାଢ଼ିବାକୁ ସାଧାରଣଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking