37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳଙ୍କ ସବୁ ଇଚ୍ଛା....

ଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳଙ୍କ ସବୁ ଇଚ୍ଛା….

ନୂଆଦିଲ୍ଲୀ: ଆମ ଦେଶରେ ଅନେକ ମନ୍ଦିର ରହିଛି, ସେଥିଲାଗି ଭାରତକୁ ମନ୍ଦିରର ଦେଶ ବୋଲି ମଧ୍ଯ କୁହାଯାଏ । ପ୍ରତ୍ୟେକ ମନ୍ଦିର ନିଜ ନିଜର ବିଶେଷତ୍ବ ଓ ପରମ୍ପରା ପାଇଁ ଜଣାସୁଣା । ତେବେ ଆଜି ଆମେ ରାଜସ୍ଥାନର ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରେମ ନିବେଦନ କରାଯାଏ ଓ ଏଠାରେ ପ୍ରେମୀ ମାନଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏମିତି କି ଏହି ମନ୍ଦିରରେ ପ୍ରେମୀ ମାନଙ୍କ ଭିଡ଼ ମଧ୍ଯ ଲାଗେ ।

କୁହାଯାଏ ଏହି ମନ୍ଦିରରେ ପ୍ରେମୀ ଯୁଗଳ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିବା ଦ୍ବାରା ସେମାନଙ୍କ ମନୋକାମନା ପୂରଣ ହୋଇଥାଏ । ଏହି ଅନନ୍ୟ ମନ୍ଦିରର ନାମ ହେଉଛି ଇଶ୍କକିଆ ଗଣେଶ ମନ୍ଦିର । ଏହି ମନ୍ଦିର ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ । ପ୍ରତ୍ୟେକ ବୁଧବାର ଦିନ ଏଠାରେ ପ୍ରେମୀ ଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

ଏହା ବ୍ୟତୀତ ଅନ୍ୟ ଗଣେଶ ମନ୍ଦିର ପରି ଏଠାରେ ମଧ୍ଯ ଦୈନିକ ପୂଜାପାଠ କରାଯାଏ । ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଦର୍ଶନ ଲାଗି ଆସିଥାଆନ୍ତି । କୁହାଯାଏ ଯେ, ଏଠାକୁ ଆସୁଥିବା କୌଣସି ପ୍ରେମୀ ଯୁଗଳ ନିରାଶ ହୁଅନ୍ତି ନାହିଁ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମନ୍ଦିରଟି ବେଶ ସ୍ୱତନ୍ତ୍ର ଅଟେ, ତେଣୁ ଆସନ୍ତୁ ଜାଣିବା ଏହି ଅନନ୍ୟ ମନ୍ଦିର ବିଷୟରେ …

ବିଶ୍ୱାସ ରହିଛି ଯେ, ଏହି ଇଶ୍କକିଆ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ବାରା ଅବିବାହିତ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥାଏ । ଏହା ସହ ଅବିବାହିତ ମାନଙ୍କୁ ସେମାନଙ୍କୁ ଇଚ୍ଛା ଅନୁଯାୟୀ ଜୀବନସାଥୀ ମିଳିଥାଏ । ଏହା ସହିତ, ଦାମ୍ପତ୍ୟ ଜୀବନରେ ପ୍ରେମ ସମ୍ପର୍କ ମଧୁର ରହିଥାଏ । ଦମ୍ପତି ଓ ପ୍ରେମୀ ଯୁଗଳଙ୍କ ବ୍ୟତୀତ ପ୍ରତ୍ୟେକ ବୟସ ବର୍ଗର ଭକ୍ତମାନେ ମଧ୍ୟ ସେମାନଙ୍କ ମନୋକାମନା ନେଇ ଏଠାକୁ ଭଗବାନ ଗଣେଶଙ୍କ ଦର୍ଶନ ଲାଗି ଆସିଥାଆନ୍ତି ।

ପ୍ରତି ବୁଧବାର ଏହି ମନ୍ଦିରରେ ପ୍ରେମୀ ଯୁଗଳଙ୍କ ମେଳି ଦେଖିବାକୁ ମିଳିଥାଏ । ଅନେକ ପ୍ରେମୀ ବିବାହ ପାଇଁ ଆବେଦନ କରିବାକୁ ଏଠାକୁ ଆସିଥାଆନ୍ତି । ଏହା ବ୍ୟତୀତ କେହି ଭକ୍ତ ନିଜ ବିବାହ ଲାଗି ନିମନ୍ତ୍ରଣ କରିବାକୁ ଆସନ୍ତି ତ ଆଉ କେହି ଧନ୍ୟବାଦ ଦେବାକୁ ଆସିଥାଆନ୍ତି । ଏହି ମନ୍ଦିର ସକାଳ ୫ ଟାରୁ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୫.୩୦ରୁ ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଖୋଲା ରହିଥାଏ ।  କିନ୍ତୁ , ବୁଧବାର ଦିନ ଆପଣ ରାତି ୧୧ ଟା ପର୍ଯ୍ୟନ୍ତ ଏଠାରେ ପରିଦର୍ଶନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking