34.1 C
Bhubaneswar
Friday, March 29, 2024
Homeଓଡିଶାନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ମଦନପୁର , ରାମପୁର ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସ୍କୁଲର ଜଣେ ଶିକ୍ଷକ ଗତ ୨ ବର୍ଷ ହେଲା ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ତାଙ୍କୁ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ଛାଡି ପଳାଇଯାଇଥିଲେ ସମ୍ପୃକ୍ତ ଶିକ୍ଷକ ଜଣକ । ଏହାପରେ ଛ୍ରାତ୍ରୀ ଜଣକ ମଦନପୁର ରାମପୁର ଆସି ଅଭିଯୋଗ କରିଥିଲେ ।

ଶିକ୍ଷକ ଜଣକ ଖୋର୍ଦ୍ଦା ଜିଲ୍ଲାର , ସେ ମଦନପୁର ରାମପୁର ଠାରେ ଏକ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିଲେ । ସେହି ନବମ ଶେଣୀର ନାବାଳିକା ଝିଅକୁ ନେଇ ପଦନପୁର ଗ୍ରାମର ଏକ ଭଡା ଘରେ ରଖିଥିଲେ ଓ ସେଠାରେ ବାରମ୍ବାର ତାକୁ ଦୁଷ୍କର୍ମ କରିଥିଲେ । ଏହାପରେ ଝିଅଟିକୁ ନେଇ ଭୁବନେଶ୍ୱର ପଳାଇ ଯାଇଥିଲେ । କିନ୍ତୁ ଶିକ୍ଷକ ଜଣକ ବିବାହ କରିଥିବାରୁ ଘରଲୋକ ଏଥିରେ ପ୍ରତିବାଦ କରଥିଲେ , ଏହାପରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଭୁବନେଶ୍ୱର ବସଷ୍ଟାଣ୍ଡରେ ଛାଡି ଚାଲିଯାଇଥିଲେ ।

ତେବେ ଘଟଣା ପରଠାରୁ ଶିକ୍ଷକ ଜଣକ ଏବେ ଫେରାର ଅଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking