27.1 C
Bhubaneswar
Tuesday, September 27, 2022
Homeଅପରାଧନାବାଳିକା ସହ ପ୍ରଥମେ ଦୁଷ୍କର୍ମ ଓ ତାପରେ.....

ନାବାଳିକା ସହ ପ୍ରଥମେ ଦୁଷ୍କର୍ମ ଓ ତାପରେ…..

ମାଲକାନଗିରି: ମାଲକାନଗିରିର ଏକ ଆବାସିକ ସ୍କୁଲ ବିରୋଧରେ ଆସିଛି ଗୁରୁତର ଅଭିଯୋଗ । ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିବା ଦଶମ ଶ୍ରେଣୀର ଜଣେ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଜଣାପଡିଛି । ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବାପାଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୧୨ ତାରିଖ ରାତିରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଘରେ ପହଞ୍ଚି ଝିଅର ଦେହ ଗୁରୁତର ଥିବା କହିଥିଲେ । ଏହାସହ ଛାତ୍ରୀଙ୍କ ବାପାଙ୍କୁ ସ୍କୁଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ଝିଅ ଗର୍ଭବତୀ ଥିବା ଓ ଅନ୍ୟ ପିଲାଙ୍କ ସହ ତା’ର ସମ୍ପର୍କ ଥିବା କହିଥିଲେ । ଏହାସହ ସ୍କୁଲର କିଛି ଶିକ୍ଷକ ଓ କର୍ମଚାରୀ ତାଙ୍କ ବାପାଙ୍କୁ ଧମକଚମକ ଦେଇ ଏକ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ହେଲେ ଛାତ୍ରୀଙ୍କ ବାପା ଦସ୍ତଖତ ନକରି ଗାଁକୁ ଫେରି ଯାଇଥିଲେ । ପରଦିନ ସ୍କୁଲ କର୍ତ୍ତୃପକ୍ଷ ପୁଣି ଛାତ୍ରୀଙ୍କ ପରିବାରକୁ ଡକାଇଥିଲେ ଓ ପୂର୍ବରୁ ଲେଖା ଥିବା ଏକ କାଗଜରେ ଜୋରଜବରଦସ୍ତ ଦସ୍ତଖତ ନେଇ ଝିଅକୁ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି ।

ଘରକୁ ଆସିବା ପରେ ଛାତ୍ରୀଙ୍କୁ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଗତ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ସହାୟତାରେ ଛାତ୍ରୀ ଜଣଙ୍କ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସ୍କୃଲରେ ଛାତ୍ରୀ ଗର୍ଭବତୀ ହୋଇଥିବା ତାଙ୍କ ପରିବାର ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ଗର୍ଭବତୀ ହୋଇଛନ୍ତି ବୋଲି ସ୍କୃଲ କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking