38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପିଲାଙ୍କୁ ଖାଇବାକୁ ଦେବାକୁ ଏପରି କଲା ମାଆ...

ପିଲାଙ୍କୁ ଖାଇବାକୁ ଦେବାକୁ ଏପରି କଲା ମାଆ…

ନୂଆଦିଲ୍ଲୀ: ନିଜର ପିଲା ପାଇଁ ସବୁ କିଛି କରିଥାନ୍ତି ବାପାମାଆ । ପାଠ ପଢ଼ିବା ପାଇଁ ହେଉ କିମ୍ବା ଦେହ ଖରାପ ପାଇଁ ହେଉ । ପିଲାମାନଙ୍କ ପାଠ ପଢ଼ା ପାଇଁ ବାପା ମାଆ ନିଜର ରୋଜଗାର ସମସ୍ତ ଧନ ଖର୍ଚ୍ଚ କରିସାରିଲା ପରେ ବି ଆବଶ୍ୟକ ପଡ଼ିଲେ ଘରବାଡ଼ି ବି ବିକ୍ରୀ କରିଦେଇଥିବା ନଜିର ଅଛି । କିନ୍ତୁ ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଆଖିରୁ ଲୁହ ବହିଆସିବ ।  ଘଟଣାଟି ଘଟିଛି ତାମିଲନାଡୁରେ । ଜଣେ ବିଧବା ମହିଳା ତାର ୩ଟି ସନ୍ତାନଙ୍କୁ ମୁଠେ ଖାଇବାକୁ ଦେବା ପାଇଁ ତାଙ୍କ ମୁଣ୍ଡର କେଶକୁ ବିକ୍ରୀ କରିଦେଇଛନ୍ତି । ନିଜର ପିଲାମାନଙ୍କ ଭୋକରେ ନ ରଖିବା ପାଇଁ ସେ ଏପରି କରିଥିବା କହିଛନ୍ତି । ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ପିଲାମାନଙ୍କୁ ଦୁଇମୁଠା ଖାଇବାକୁ ଦେବାକୁ ଅକ୍ଷମ ହେବାରୁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ମଧ୍ୟ ଫେଲ ମାରିଥିଲେ ।
ଖବର ନେବାରୁ ଜଣାପଡ଼ିଛିି ମହିଳାଜଣଙ୍କର ୩ଟି ସନ୍ତାନ । ମହିଳାଙ୍କ ସ୍ୱାମୀ କରଜ ବୋଝରେ ଆତ୍ମହତ୍ୟା କରିଥିଲେ । ପରେ ମହିଳାଜଣଙ୍କ ପାଖପଡ଼ିଶାଙ୍କୁ ଭିକମାଗି ଚଳୁଥିଲେ । ନିଜର କେଶ ବିକ୍ରୀ କରି ସେହି ପଇସାରେ କୀଟନାଶକ ଔଷଧ କିଣି ଖାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଔଷଧ ଦୋକାନୀ ସନ୍ଦେହ କରି ତାକୁ ଔଷଧ ଦେଇ ନ ଥିଲେ । ମହିଳାଜଣଙ୍କର ଏହିଭଳି ଦୁଃଖବର କାହାଣୀ ଶୁଣି କିଛି ସହୃଦୟ ବ୍ୟକ୍ତି ସହଯୋଗ କରିଛନ୍ତି । ତାଙ୍କୁ କିଛି ଅର୍ଥରାଶୀ ସହାୟତା ମଧ୍ୟ ଦେଇଛନ୍ତି । ପରେ ପ୍ରଶାସନ ଦୃଷ୍ଟିଗୋଚର ହେବାପରେ ମହିଳାଙ୍କ ପାଇଁ ବିଧବା ଭତ୍ତା ବ୍ୟବସ୍ଥା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking