27.1 C
Bhubaneswar
Thursday, April 25, 2024
Homeଅପରାଧପୁଲିସ ପାଇଁ ବଡ଼ ଲଜ୍ୟା, ହତ୍ୟାକାରୀ ନିର୍ଦ୍ଦୋଷ

ପୁଲିସ ପାଇଁ ବଡ଼ ଲଜ୍ୟା, ହତ୍ୟାକାରୀ ନିର୍ଦ୍ଦୋଷ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟରେ ବିଭିନ୍ନ ସମୟରେ ପୁଲିସ ଏଭଳି କାର୍ଯ୍ୟ କରିଥାଏ ଯାହା ପାଇଁ ପରେ ଲଜ୍ୟାରେ ମୁଣ୍ଡ ନୂଆଇଁବାପୁ ପଡ଼ିଥାଏ । କେସ କ୍ଲୋଜ କରିବା ପାଇଁ ମିଥ୍ୟା ।ମଲାରେ ନୀରିହ ଲୋକଙ୍କୁ ଫସାଇ ଜେଲକୁ ପଠାଇବାର ଅନେକ ଉଦାହରଣ ରହିଛି । ଏବେ ଆଉ ଏକ ବଡ଼ଧାରଣର ଘଟଣା ପୁଲିସର ମହଁରେ କଳାବୋଳିଛି । ଜଣେ ନୀରିହ ବ୍ୟକ୍ତିଙ୍କୁ ହତ୍ୟାକାରୀ ସଜାଇ ଜେଲକୁ ପଠାଇବା ପରେ ଏବେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଜଣାପଡ଼ିଛି । ସ୍ୱାମୀକୁ ସ୍ତ୍ରୀ ଛାଡ଼ି ଚାଲିଯିବା ଘଟଣାରେ ପୁଲିସ ହତ୍ୟା ଅଭିଯୁକ୍ତ ଭାବେ ସ୍ୱାମୀକୁ ଗିରଫ କରି ଜେଲ ପଠାଇଥିଲେ । ହେଲେ ଫେରାର ହୋଇଯାଇଥିବା ସ୍ତ୍ରୀ ଫେରି ଆସିଛି । କିନ୍ତୁ ତାଙ୍କୁ ହତ୍ୟା କରିଥିବା ନେଇ ପୁଲି ସ୍ୱାମୀକୁ ବାନ୍ଧି ଜେଲରେ ପଠାଇଥିଲେ । ହତ୍ୟା କରି ନ ଥିବା ନେଇ ଯେତେ ତାଙ୍କ ସ୍ୱାମୀ କହିଥିଲେ ବି ପ୍ରେମିକ ସହ ଫେରାର ହୋଇଯାଇଥିବା ସ୍ତ୍ରୀକୁ ଖୋଜିବା ବଦଳରେ ମାମଲାକୁ ତୁଟାଇବା ପାଇଁ ପୁଲିସ ସ୍ୱାମୀକୁ ହତ୍ୟାକାରୀ ସଜାଇ ଜେଲ ପଠାଇଥିଲା । ଏବେ ସ୍ତ୍ରୀ ଫେରିବା ପରେ ପୁଲିସ କଣ ଜବାବ ଦେବ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଂଚଳରେ । ମିଳିଥିବା ଖବର ଅନୁସାରେ ବାମରା ଗାଁର ଅଭୟ ସୂତାର କୁଜଙ୍ଗଥାନା ଅନ୍ତର୍ଗତ ସମାଗଡ଼ ଗ୍ରାମର ପ୍ରହ୍ଲାଦ ମହାରଣାଙ୍କ ଝିଅ ଇତିଶ୍ରୀ ମହାରଣାଙ୍କୁ ୨୦୧୩ ଫେବ୍ରୁଆରୀ ୭ରେ ବିବାହ କରିଥିଲେ । ବିବାହର ୧୫ ଦିନ ପରେ ଅଭୟ ତାଙ୍କ ସ୍ତ୍ରୀଙ୍କ ସହ ଶ୍ୱାଶୂର ଘର ବୁଲିବାକୁ ଯାଇଥିଲେ । କିନ୍ତୁ ସେଠାରେ ସ୍ୱାମୀଙ୍କ ବିରୋଧରେ ଇତିଶ୍ରୀ ଅଭିଯୋଗ ଆଣିଥିଲେ ଯେ, ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତାନ ଦିଆଯାଉଛି । ଝିଅଠାରୁ ଏଭଳି ଅଭିଯୋଗ ପାଇ ଜ୍ୱାଇଁକୁ ଧରି ପ୍ରହ୍ଲାଦ ସମୁଦି ଘର ଗାଁକୁ ଆସିଥିଲେ । ଝିଅ ଯେପରି ଭଲରେ ଚଳିବ ସେ ନେଇ ସମୁଦି ଘର ସହିତ ପ୍ରହ୍ଲାଦ ଆଲୋଚନା କରିଥିଲେ । କିନ୍ତୁ ପରଦିନ ସକାଳୁ ଇତିଶ୍ରୀ ଶାଶୂ ଘରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଶ୍ୱଶୂର ଘର ଲୋକଙ୍କ ସହ ଇତିଶ୍ରୀଙ୍କ ବାପା ମଧ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ ।
କିନ୍ତୁ ଝିଅର ନିଖୋଜ ସମ୍ପର୍କରେ ପ୍ରହ୍ଲାଦ ପାଟକୁରା ଥାନାରେ ଏତଲା ଦେଇଥିଲେ । ୩ ମାସ ଧରି ଝିଅର କୌଣସି ପର୍ତ୍ତା ନ ମିଳିବାରୁ ପ୍ରହ୍ଲାଦ ତାଙ୍କ ଝିଅକୁ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଏତଲା ଦେଇଥିଲେ । ପାଟକୁରା ଥାନା ପୁଲିସ ଖୋଜାଖୋଜି କରି ନ ପାଇବା ପରେ ଯୌତୁକ ଜନିତ ହତ୍ୟା ଅଭିଯୋଗର ମାମଲା ରୁଜୁ କରି ଇତିଶ୍ରୀଙ୍କ ସ୍ୱାମୀ ଅଭୟଙ୍କୁ ଗିରଫ କରି କୋର୍ଟ ଚାଲା କରିଥିଲେ । କୋର୍ଟ ତାଙ୍କୁ ଜେଲକୁ ପଠାଇଥିଲେ । ପରିବାର ଲୋକେ ଅନ୍ୟତ୍ର ଯାଇ ଲୁଚିଥିଲେ । କିଛି ଦିନ ଜେଲରେ ରହିଲା ପରେ ଅଭୟଙ୍କୁ ଜାମିନ ମିଳିଥିଲା । ଅଭୟଙ୍କ ବାପା, ମା , ଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ପାଇବାରେ ସଫଳ ହୋଇଥିଲେ । ଫଳରେ ସେମାନେ ଗିରଫ ହୋଇ ଜେଲ ଯିବାରୁ ବର୍ତ୍ତି ଯାଇଥିଲେ । ମୃତଦେହ ମିଳି ନ ଥିଲେ ବି ପୁଲିସ ହତ୍ୟା ଅଭିଯୁକ୍ତ ଭାବରେ ଦର୍ଶାଇଥିବା ପଛାଇ ନ ଥିଲେ ।
ଏବେ ୭ ବର୍ଷ ପରେ ଇତିଶ୍ରୀଙ୍କ ପର୍ତ୍ତା ମିଳିଲା । ପାଟକୁରା ପୁଲିସ ପୁରୀ ଜିଲ୍ଲା ପିପିଲି ଅଂଚଳରୁ ମୃତ କୁହାଯାଉଥିବା ଇତିଶ୍ରୀଙ୍କୁ ଧରିଛି । ଇତିଶ୍ରୀ ତାଙ୍କ ପ୍ରେମିକକୁ ପାଇବା ପାଇଁ ସ୍ୱାମୀ ଘରୁ ଚାଲି ଆସିଥିଲେ । ତାଙ୍କର ଏବେ ଦୁଇଟି ସନ୍ତାନ ଅଛନ୍ତି । ପୁଲିସ ଇତିଶ୍ରୀଙ୍କ ବୟାନ ରେକର୍ଡ କରିଛି । ଇତିଶ୍ରୀ ସବୁ ସତ ମାନିଛନ୍ତି । ଇତିଶ୍ରୀ ଭଲ ପାଉଥିବା କଥା ତାଙ୍କ ପରିବାର ଲୋକେ ଜାଣିଥିଲେ । ଇତିଶ୍ରୀଙ୍କ ଇଚ୍ଛା ବିରୋଧରେ ବାପମା ଅଭୟଙ୍କ ସହ ବିବାହ କରାଇଥିଲେ । ଫଳରେ ସେ ଛାଡ଼ି ଚାଲିଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking