39.8 C
Bhubaneswar
Thursday, April 18, 2024
HomeUncategorizedଜାନୁୟାରି ୨୩କୋସଲ ଉଲ୍‌ଗୁଲା୍‌ନ ଦିନ: ଯୋଗଦେବେ ପ୍ରଫେସର କେ.ଭେଙ୍କଟସ୍ୱାମୀ 

ଜାନୁୟାରି ୨୩କୋସଲ ଉଲ୍‌ଗୁଲା୍‌ନ ଦିନ: ଯୋଗଦେବେ ପ୍ରଫେସର କେ.ଭେଙ୍କଟସ୍ୱାମୀ 

ବଲାଙ୍ଗିର,(ଦେବାଶିଷ ମିଶ୍ର)- ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କୋସଲ ଯୁବ ସମନ୍ୱୟ ସମିତି ତରଫରୁ ଆଗାମୀ ଜାନୁୟାରୀ ୨୩ ତାରିଖ ରେ ଅନୁଷ୍ଠିତ ହେବାକୁଥିବା କୋସଲ ଉଲଗୁଲାନ ଦିନ ପାଳନ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଯାଇଛି । କୋସଲ ଯୁବ  ସମନ୍ୱୟ ସମିତି କେନ୍ଦ୍ରୀୟ ସଂଯୋଜକ ରିଲୁ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନର ନେତୃମଣ୍ଡଳୀ ଯୋଗଦେଇଥିଲେ ।
ନିଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ଆଗାମୀ ଜାନୁୟାରୀ ୨୩ ତାରିଖରେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ପଡିଆରୁ ସହସ୍ରାଧିକ ଯୁବଙ୍କ ଏକ ମୋଟର ସାଇକଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଟାଉନହଲ ପର୍ଯ୍ୟନ୍ତ ଯିବ, ଟାଉନ ହଲ ଠାରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ । ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରତିନିଧି ସଭାରେ ମୁଖ୍ୟ ଅତିଥି ରୂପେ ତେଲେଙ୍ଗାନା ଆନ୍ଦୋଳନର ନେତା ପ୍ରଫେସର କେ.ଭେଙ୍କଟସ୍ୱାମୀ ତଥା ସମ୍ମାନିତ ଅତିଥି ରୂପେ ପ୍ରଫେସର ସି. ଭାସ୍କର ରାଓ ଓ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଯୋଗଦେବେ । ଏହି ସମ୍ମିଳନୀର ସଫଳତା ପାଇଁ ବଲାଙ୍ଗିର ସହରର ସବୁ ସାମାଜିକ ସଂଗଠନ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଆଜି ଅନୁଷ୍ଠିତ ଆଲୋଚନା ଚକ୍ରରେ  ସମାଜସେବୀ ବିକ୍ରମ ବହିଦାର, ସମନ୍ୱୟ ସମିତିର କେନ୍ଦ୍ରୀୟ ଯୁଗ୍ମ ସଂଯୋଜକ ଗୋପାଳଜୀ ପାଣିଗ୍ରାହୀ, ଶରତ ହୋତା, ରଣରାଜ ସିଂଦେଓ, ଯୁବନେତା ବିନୋଦ କାଲସାଏ, ବରିଷ୍ଠ କୋସଲବାଦୀ ନେତା ମନରଂଜନ ସାହୁ, ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ରବି ମିଶ୍ର, ବରିଷ୍ଠ ନାଗରିକ ସଂଘ ନେତା ପ୍ରଭାକର ମିଶ୍ର, ବସନ୍ତ ଆଚାର୍ଯ୍ୟ, ଗୋପ ଭୂଷଣ ନାଥ, ଗୋବର୍ଦ୍ଧନ ପାଣ୍ଡିଆ, କର୍ମଚାରୀ ନେତା ବିଭୁତି ବିନ୍ଧାଣୀ, ନିରଞ୍ଜନ ବିଶି, ରମେଶ ନାଏକ, ଶିକ୍ଷାବିତ ପ୍ରଫେସର ପ୍ରମୋଦ ବାଗ, ବଲାଙ୍ଗିର ଏକ୍ସନ କମିଟି ନେତା ମୁନ୍ନା ପଟ୍ଟନାୟକ, ଗିରିଶ ସିଂଦେଓ, ଯୁବନେତା ଡୋଳାମଣି ପ୍ରଧାନ, ଗୋବିନ୍ଦ ଶତପଥି, ସମାଜସେବୀ ସ୍ୱଦେଶ ବେହେରା, ଆଇନଜିବୀ ପ୍ରସନ୍ନ ନେଗୀ, ପ୍ରଭାସ ମିଶ୍ର, ବରିଷ୍ଠ ନାଗରିକ ଗୋପବନ୍ଧୁ ପୁରୋହିତ, ଭରତ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking