30.1 C
Bhubaneswar
Wednesday, April 24, 2024
Homeଓଡିଶାହତ୍ୟାକାଣ୍ଡର ଅଭିଯୁକ୍ତ ବାରକୁ ରାସ୍ତାରୁ ଉଠାଇ ନେଲା ପୁଲିସ

ହତ୍ୟାକାଣ୍ଡର ଅଭିଯୁକ୍ତ ବାରକୁ ରାସ୍ତାରୁ ଉଠାଇ ନେଲା ପୁଲିସ

ଆଠଗଡ଼: ହତ୍ୟାକାଣ୍ଡର ଅଭିଯୁକ୍ତ ଥାଇ ବାହା ହେବାକୁ ଯାଉଥିବା ଜଣେ ବରକୁ ରାସ୍ତାରୁ ସାଦା ପୋଷାକଧାରୀ ପୁଲିସ୍ ଉଠାଇ ନେଇଛି। ଘଟଣାଟି ଘଟଣା ଘଟିଛି କଟକ ଜିଲ୍ଲାର ଆଠଗଡ଼ ଥାନା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁଙ୍କର ଆଠଗଡ଼ ଅଞ୍ଚଳର ସମସରପୁରର ଜଣେ ଯୁବତୀଙ୍କ ସହ ବାହାଘର ହେବାର ଥିଲା। ଆଜି ବର ବେଶରେ ବରଯାତ୍ରୀଙ୍କୁ ଧରି ପ୍ରକାଶ ଆଠଗଡ଼ ବୀରକିଶୋରପୁର ଶିବ ମନ୍ଦିରକୁ ଆସୁଥିଲେ | ବରଗାଡ଼ି ମନ୍ଦିରରେ ପହଞ୍ଚିବାର ମାତ୍ର କିଛି ବାଟ ପୂର୍ବରୁ ସାପୁଆ ପୋଲ ଉପରୁ ବରକୁ ସାଦା ପୋଷାକଧାରୀ ୭ରୁ ୮ ପୁଲିସ୍‌ କର୍ମଚାରୀ ଏକ ବୋଲେରୋରେ ଆସି ତାଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ଆଜି ୧୨ଟା ସମୟରେ ଏହି ଘଟଣା ଘଟିଛି। ଜଣାଯାଇଛି ଯେ ପ୍ରକାଶ ସ୍ବାଇଁଙ୍କ ମାମୁଁ ଲକ୍ଷ୍ମୀଧର ସ୍ବାଇଁ ଏବଂ ଇନ୍ଦ୍ରମଣି ସ୍ବାଇଁଙ୍କ ଭିତରେ ଜମିଜମା ବିବାଦ ଦେଖା ଦେଇଥିଲା। ଏନେଇ ଇନ୍ଦ୍ରମଣିଙ୍କ ହୋମଗାର୍ଡ ଜ୍ବାଇଁ ମହେନ୍ଦ୍ର ପ୍ରଧାନ ବାଙ୍କୀ ଥାନା ଅନ୍ତର୍ଗତ ସରଣ୍ଡା ଫାଣ୍ଡିରେ ଏତଲା ଦେବାକୁ ଯିବା ବେଳେ ତାଙ୍କ ଉପରେ ପ୍ରକାଶ ସ୍ବାଇଁ ଆକ୍ରମଣ କରିଥିଲେ। ଏହାଫଳରେ ମହେନ୍ଦ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ୨୦୧୮ ମସିହା ଫେବ୍ରୁଆରି ୮ ତାରିଖରେ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking