32.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା ପାଇଁ ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ

କରୋନା ପାଇଁ ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ

ଯାଜପୁର : କରୋନାର ମୁକାବିଲା କରିବା ପାଇଁ ଯାଜପୁର ଜିଲା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗ ଦେଇ କରୋନାର ମୁକାବିଲା କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରତ୍ୟେକ ଜନପ୍ରତିନିଧି ନିଜ ନିଜ ଅଂଚଳରେ ଜନସାଧାରଣଙ୍କୁ କରୋନା ର ଭୟାବହତା ସଂପର୍କରେ ଅବଗତ କରିବାକୁ ନିଷ୍ପତି ହୋଇଥିଲା । ଯାଜପୁର ଜିଲାରେ ବର୍ତମାନ ସୁଦ୍ଧା ରାଜ୍ୟ ଓ ଦେଶ ବାହାରୁ ଆସିଥିବା ୪୧୯ ଜଣ ଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ହୋମ କ୍ୱାରାନଟାଂଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲାର ୨ ଜଣ ସନ୍ଦିଗ୍ଧଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା କିନ୍ତୁ ଉଭୟ ରିପୋର୍ଟ ନେଗେଟିଭ ବାହାରିଛି । କୌଣସି ସ୍ଥାନରେ ଜନଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆଇନକୁ ଭାଂଗୁଥିବା ଅଭିଯୋଗରେ ବର୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରପଂ କରାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।
https://onakhabar.com/2020/03/21/the-state-government-advises-the-media-to-be-careful/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking