27.1 C
Bhubaneswar
Friday, March 29, 2024
Homeଓଡିଶାସମ୍ପତ୍ତି ପାଇଁ ବାପକୁ ବଳି ଉଦ୍ୟମ: ପୁଅ-ପୂଜକ ଗିରଫ

ସମ୍ପତ୍ତି ପାଇଁ ବାପକୁ ବଳି ଉଦ୍ୟମ: ପୁଅ-ପୂଜକ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପତ୍ତି ଲୋଭରେ ଗୋଟିଏ ପୁଅ ତା’ ବାପକୁ ବଳି ଦେବାକୁ ଉଦ୍ୟମ କରିଛି । ପୂଜା କାର୍ଯ୍ୟ ଚାଲିଥିବା ଖବର ପାଇ ପୋଲିସ୍ ପହଞ୍ଚି ଯିବା ସହ ପୁଅ ସମେତ ପୂଜକକୁ ଗିରଫ କରିଛି । ଜିଲ୍ଲା ତଥା ରାଜ୍ୟରେ ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ଅନୁଯାୟୀ, ବେଲପଡ଼ା ଗାଁର ଲିଙ୍ଗରାଜ ଭୋଇ (୭୦) ନିଜ ବାପାକୁ ବଳି ଦେବା ଉଦ୍ଦେଶ୍ୟରେ ନୂଆ ଲୁଗା ପିନ୍ଧାଇ ଏକ ବାଡିରେ ପିଟି ପିଟି ଘରକୁ ନେଇଥିଲା ।  ପୂର୍ବରୁ ରାଜପୁରର ପୂଜକ ଚିତ୍ରସେନ ରଣା ଘଟଣାସ୍ଥଳରେ  ଉପସ୍ଥିତ ଥିଲେ । ତେବେ ଘର ପାଖେ ଏପରି କାଣ୍ଡ କାରନାମା ଚାଲିଥିବା ଦେଖି ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଫାଣ୍ଡି ପୋଲିସ୍ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଏହି ସମୟରେ ଲିଙ୍ଗରାଜ ଏକ ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ଏଥିରେ ଗ୍ରାମରକ୍ଷୀ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ । ପରେ ଜୟପାଟଣା ପୋଲିସ ପହଞ୍ଚି ଉଭୟ ପୁଅ ଲିଙ୍ଗରାଜ ଏବଂ ପୂଜକ ଚିତ୍ରସେନକୁକୁ ଗିରଫ  କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking