29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜ୍ଞାନବ୍ୟାପୀ  ମସ୍‌ଜିଦ୍‌ରୁ ଶିବଲିଙ୍ଗ ମିଳିବା ଘଟଣା: ଆଜି କୋର୍ଟରେ ଉପସ୍ଥାପନା ହୋଇନପାରେ ରିପୋର୍ଟ, ମସ୍‌ଜିଦ୍ ଭିତରେ...

ଜ୍ଞାନବ୍ୟାପୀ  ମସ୍‌ଜିଦ୍‌ରୁ ଶିବଲିଙ୍ଗ ମିଳିବା ଘଟଣା: ଆଜି କୋର୍ଟରେ ଉପସ୍ଥାପନା ହୋଇନପାରେ ରିପୋର୍ଟ, ମସ୍‌ଜିଦ୍ ଭିତରେ ପୂଜା କରିବାକୁ ହିନ୍ଦୁ ସେନାର ଦାବି

ନୂଆଦିଲ୍ଲୀ: ବାରାଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ୍ ପରିସରରୁ ମିଳିଥିବା ଶିବଲିଙ୍ଗ ଘଟଣାର ସର୍ବେକ୍ଷଣ ରିପୋର୍ଟ ଆଜି ସିଭିଲ୍ ଜଜ୍ ସିନିଅର୍ ଡିଭିଜନ୍ ରବି କୁମାର ଦିବାକରଙ୍କ ନିକଟରେ ଉପସ୍ଥାପନା ହୋଇପାରିବ ନାହିଁ । କାରଣ ଏ ପର‌୍ୟ୍ୟନ୍ତ ରିପୋର୍ଟ ପ୍ରସ୍ତୁତ ହୋଇନଥିବା କମିଶନର କାର‌୍ୟ୍ୟଭାର ସମ୍ଭାଳିଥିବା ତଥା ଅଦାଲତଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଆସିଷ୍ଟାଣ୍ଟ୍ ଆଡ୍‌ଭୋକେଟ୍ କମିଶନର ଅଜୟ ସିଂ ।  କୋର୍ଟରେ ରିପୋର୍ଟ ଉପସ୍ଥାପନା ପାଇଁ ଆଜି ତାରିଖ ଥିବା ବେଳେ ରିପୋର୍ଟ ପ୍ରସ୍ତୁତ ହୋଇନଥିବା ଯୋଗୁ ସେ ଆଉ ଏକ ଦିନ ତାରିଖ ମାଗିବେ ବୋଲି କହିଛନ୍ତି ।  ଅପରପକ୍ଷେ ଜ୍ଞାନବାପି ମସଜିଦରୁ ଶିବଲିଙ୍ଗ ମିଳିବା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ମସ୍‌ଜିଦ୍ ସର୍ଭେ ବିରୁଦ୍ଧରେ ଏକ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାୟକ କରାଯାଇଛି । ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ୍ ଏବଂ ଏବଂ ଜଷ୍ଟିସ୍ ପିଏସ୍ ନରସିଂହାଙ୍କୁ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।  ସୂଚନାଯୋଗ୍ୟ ଗତ ୧୩ ତାରିଖ ଦିନ ସୁପ୍ରିମ୍‌କୋର୍ଟର ସିନିଅର୍ ଆଡ୍‌ଭୋକେଟ୍ ଫୁଜେଲ୍ ଅହମ୍ମଦି ଜ୍ଞାନବ୍ୟାପୀ ମସ୍‌ଜିଦ୍‌ରେ ଚାଲିଥିବା ସର୍ବେକ୍ଷଣକୁ ବନ୍ଦ କରିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ସୁପ୍ରିମ୍‌କୋର୍ଟ ଏହାର ତତ୍କାଳ ଶୁଣାଣି କରିବାକୁ ମନା କରି ଦେଇଥିଲେ । ସୁପ୍ରିମ୍‌କୋର୍ଟଙ୍କ କହିବା କଥା ଏହି ଘଟଣା ସହ ଜଡ଼ିତ ସମସ୍ତ ତଥ୍ୟ ଯାଞ୍ଚ ହେବା ପରେ ଏହା ଉପରେ ଶୁଣାଣି ସ୍ଥଗିତ ହେବ କି ଆଉ କି ପଦକ୍ଷେପ ନିଆଯିବ ସେ ବିଷୟରେ ଚିନ୍ତା କରାଯିବ ।
ଅପରପକ୍ଷେ ହିନ୍ଦୁସେନା ପକ୍ଷରୁ ସୁପ୍ରିମ୍‌କୋର୍ଟରେ ମଧ୍ୟ ଆଉ ଏକ ପିଟିସନ୍ ଦାୟର୍ କରାଯାଇଛି । ପିଟିସନ୍‌ରେ ଉଲ୍ଲେଖ କରାଯାଇଛି ଯେ, ମସ୍‌ଜିଦ୍ କମିଟିକୁ ଜରିମାନା କରାଯିବା ସହ ଏ ସମ୍ପର୍କିତ ଜଡ଼ିତ ଅନ୍ୟ ସଦସ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଉ । ୧୬ ଜୁନ୍‌ରେ ହିନ୍ଦୁ ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏ ସମ୍ବନ୍ଧୀୟ ପିଟିସନ୍ ସୁପ୍ରିମ୍ କୋର୍ଟରେ ଦାଖଲ କରିଛନ୍ତି ଏବଂ ସେ କହିଛନ୍ତି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ-୨୫ ଅନୁସାରେ ସେଠାରେ ପୂଜା କରିବାର ଆମର ସତ୍ୱାଧିକାର ରହିଛି । ଏଥିପାଇଁ ସେଠାରେ ପୂଜା କରିବା ପାଇଁ ଆମକୁ ଅନୁମତି ପ୍ରଦାନ କରାଯାଉ ବୋଲି ସେ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି । ଏହାସହ ମସ୍‌ଜିଦ୍ କମିଟି ପକ୍ଷରୁ ଏ ମାମଲା ବିରୋଧରେ ଯେଉଁ ପିଟିସନ୍ ଦାୟର କରାଯାଇଛି ତାହାକୁ ଖାରଜ କରାଯାଉ ବୋଲି କହିଛନ୍ତି ।
ସୁୂଚନାଯୋଗ୍ୟ ଜ୍ଞାନବ୍ୟାପୀ କ୍ୟାମ୍ପସର ସର୍ଭେ ୧୪ ମେରେ ଆରମ୍ଭ ହୋଇଥିଲା । ସର୍ଭେର ଶେଷ ଦିନରେ, ହିନ୍ଦୁ ପକ୍ଷ ମସ୍‌ଜିଦ୍ ପରିସରସ୍ଥ ଏକ ଜାଗାରୁ ମାଟିତଳୁ ଶିବଲିଙ୍ଗ ମିଳିଥିବା ଦାବି କରାଯାଇଥିଲା । ହିନ୍ଦୁ ପକ୍ଷଙ୍କ ଦାବିକୁ ଭିତ୍ତି କରି ମାମଲା ଜିଲ୍ଲା କୋର୍ଟରେ ପହଞô୍ଚ ଥିବା ବେଳେ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍ କରି ଦିଆଯାଇଛି । ଅପରପକ୍ଷେ ହିନ୍ଦୁ ପକ୍ଷଙ୍କ ଦାବିକୁ ଖଣ୍ଡନ କରି ମୁସଲିମ୍ ଗୋଷ୍ଠୀ ପକ୍ଷରୁ ଏହା ଏକ ପଥରଖଣ୍ଡ ବୋଲି କହିବା ସହ ଜିଲ୍ଲା ଜଜ୍ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସେମାନେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking