37.2 C
Bhubaneswar
Friday, April 19, 2024
Homeଓଡିଶାଆଜିଠାରୁ ୧୨ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ

ଆଜିଠାରୁ ୧୨ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର:  ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଜାଣିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଲା ।  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ୧୨ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ପାଇଁ ଜିଲ୍ଲାପାଳ, ମହାନଗର ନିଗମ କମିଶନର,ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ୧୨ଜିଲ୍ଲାରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍‌ଆରସି) ସେରୋଲୋଜିକାଲ ସର୍ଭେ କରିବ ।

ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ  ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ସେରୋଲୋଜିକାଲ ସର୍ଭେ କରାଯିବ । ଏହି ସର୍ଭେରେ ସାଧାରଣ ଲୋକ ଓ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ୬୬୮୦ଟି ସାମ୍ପୂଲ ସଂଗ୍ରହ କରାଯିବ । ଯେଉର୍ଥିରେ କି ପ୍ରତି ଜିଲ୍ଲାରୁ ଶହେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ସାମ୍ପୂଲ ମଧ୍ୟ କରାଯିବ । ତେଣୁ ଆରଏମ୍‌ଆରସି ଟିମ୍‌କୁ ସମସ୍ତ ପ୍ରକାଣ ମାନବସମ୍ବଲ ଓ ସହଯୋଗ ଯୋଗାଇ ଦିଆଯିବ । ଏହି ସର୍ଭେ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ପାଇଁ ଜିଲ୍ଲା ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଫିସର ଆରଏମ୍‌ଆରସି ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ ସହଯୋଗ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking