31.1 C
Bhubaneswar
Tuesday, April 23, 2024
Homeଅପରାଧଚାନ୍ଦପୁର ଥାନା ଆଇଆଇସିଙ୍କ ନାମରେ ସଂଗୀନ ମାମଲା ରୁଜୁ

ଚାନ୍ଦପୁର ଥାନା ଆଇଆଇସିଙ୍କ ନାମରେ ସଂଗୀନ ମାମଲା ରୁଜୁ

ନୟାଗଡ : ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଥାନାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଖାକି ବାବୁମାନଙ୍କର ଦବଙ୍ଗଗିରି । କିଛି ଦିନ ତଳେ ଚାନ୍ଦପୁର ଥାନାର ପୋଲିସ ଅଧିକାରୀ ମାନେ ବାବନ ଗୁରୁ ନାମକ 65ବର୍ଷୀୟ ବୃଦ୍ଧ ଙ୍କୁ ବାଡୋଇ ହାତ ଭାଙ୍ଗି ଦେଇଥିବା ବେଳେ ଚାନ୍ଦପୁର ଥାନା ମୟୁରଝଲିଆ ଗ୍ରାମର 65ବର୍ଷୀୟା କୁମୁଦୁଣି ସାହୁ ଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବାରମ୍ବାର ଥାନାକୁ ଡାକି ହଇରାଣ ହରକତ କରୁଥିଲେ । ଯାହା ଫଳରେ ଚାନ୍ଦପୁର ଥାନା ର ଖାକି ବାବୁମାନଙ୍କର ଦବଙ୍ଗଗିରି ଶାସନ ରେ ଅଞ୍ଚଳବାସି ଅତିଷ୍ଟ ହୋଇପଡିଥିବା ବେଳେଚାନ୍ଦପୁର ଥାନାରେ ନୂତନ କରି ଯୋଗ ଦେଇଥିବା ଆଇ ଆଇ ସି ରଶ୍ମିରଂଜନ ଦାଶ ମଧ୍ୟ ଆଇନ ର ଶୁଙ୍ଖଲା କୁ ଭୁଲି ଆଇନ କୁ ପାଦ ରେ ମୋଡି ମକଚି ସବୁ ସୀମା ଲଙ୍ଘି ଯାଇଛନ୍ତି ଏହି ବାବୁ ଜଣକ । ଏହି ବାବୁ ଜଣକ କୁଆଡେ 28/09/20 ତାରିଖ ରାତି 9:30 ସମୟରେ ଚାନ୍ଦପୁର ଥାନା ଅନ୍ତର୍ଗତ ବେଣ୍ଟ ଗ୍ରାମର ଚନ୍ଦ୍ରଭାନୁ ପ୍ରଧାନ ଙ୍କ ଘରେ ପଶି ତାଙ୍କ ସ୍ୱାମୀଙ୍କୁ କୌଣସି ଏକ କାରଣରୁ ଖୋଜୁଥିଲେ କିନ୍ତୁ ସ୍ୱାମୀ ଘରେ ନାହାନ୍ତି କହିବାରୁ ଚାନ୍ଦପୁର ଥାନା IIC ରଶ୍ମି ରଞ୍ଜନ ଦାଶ ଚନ୍ଦ୍ରଭାନୁ ପ୍ରଧାନଙ୍କୁ ଅଶୀଲ ଭାଷାରେ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର କରିଥିବା ନେଇ ଚନ୍ଦ୍ରଭାନୁ ପ୍ରଧାନ ରଣପୁର ପ୍ରଥମ ବିଚାର ବିଭାଗୀୟ କୋଟ ରେ ସିସି ମାମଲା ୠଜୁକରିଛନ୍ତି ।
ଏ ସମ୍ପର୍କରେ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ରାଜ୍ୟ ସରକାର ନାରୀ ମାନଙ୍କର ସୁରକ୍ଷା ଓ ସଂମ୍ମାନ ପାଇଁ ବିଭିନ୍ନ ପ୍ରକାର ର ପଦେକ୍ଷପ ନେଉଥିବା ନେବେ ଆଇନ ର ରକ୍ଷକ ସାଜି ନାରୀ ଙ୍କୁ ସୁରକ୍ଷା ଦେବାପାଇଁ ନିୟୋଜିତ ପୋଲିସ ନିଜେ ନାରୀ ମାନଙ୍କୁ ଅସମ୍ମାନ କରୁଛି । ତେବେ ଏଠି ପ୍ରଶ୍ନ ଉଠେ କାହା ଛାତ୍ରଛାୟା ତଳେ ଚାନ୍ଦପୁର ଥାନା ଅଧିକାରୀ, କଣ ନୟାଗଡ ଏସପି ନେବେତ ଏହି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନା ଜାଣିଶୁଣି ନିରବଦ୍ରଷ୍ଟା ପାଲଟି ଯିବେ, ନ୍ୟାୟ ପାଇବେତ ଚନ୍ଦ୍ରଭାନୁ ପ୍ରଧାନ । ଏଭଳି ଅନେକ ପ୍ରଶ୍ନ ଘେରରେ ଅଞ୍ଚଳବାସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking