33.1 C
Bhubaneswar
Sunday, June 26, 2022
Homeଦେଶ ବିଦେଶଶ୍ରୀନଗରର ଭିତରେ ଓ ବାହାରେ ଜାରି ହେଲା ରେଡ ଆଲର୍ଟ

ଶ୍ରୀନଗରର ଭିତରେ ଓ ବାହାରେ ଜାରି ହେଲା ରେଡ ଆଲର୍ଟ

ଶ୍ରୀନଗର : ଆତଙ୍କୀଙ୍କ ଟାର୍ଗେଟରେ ପୁଣି ଥରେ ସୁରକ୍ଷା କର୍ମୀ । ଆତଙ୍କବାଦୀମାନେ ସେଠାରେ ରହୁଥିବା ସୁରକ୍ଷା ବଳଙ୍କ ଗାଡିକୁ ଧ୍ୱସ୍ତ କରିଦେବାକୁ ଯୋଜନା କରୁଛନ୍ତି । ଏଥର ଷ୍ଟିକୀ ବମ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି । ଏହି କାରଣରୁ ଶ୍ରୀନଗରର ଭିତରେ ଓ ବାହାରେ ରେଡ ଆଲର୍ଟ ଜାରି କରାଯାଇଛି । ତଥା ସୁରକ୍ଷାକର୍ମୀ ମାନଙ୍କୁ ଅଧିକ ସତର୍କ ରହିବାକୁ ସତର୍କ କରାଯାଇଛି । ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହି ଆଲର୍ଟକୁ ଏ ପ୍ଲସ ଗ୍ରେଡିଙ୍ଗ ଦିଆଯାଇଛି । ଯେବେକି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ରୀନଗର ଅଧିବାସୀ ମାନଙ୍କୁ ଅଧିକ ସଜାଗ ରହିବାକୁ ଆଲର୍ଟ ଜାରି କରାଯାଇଛି । ସେମାନଙ୍କ ଲକ୍ଷରେ ବାଟମାଲୁ ଅଞ୍ଚଳ ରହିଛି ।

ଅନ୍ୟ ଦୃଷ୍ଟିରୁ ଦେଖିଲେ ଏହି ଷ୍ଟିକୀ ବମ ଏତେ ଛୋଟ ଯେ ଏହାର ପ୍ରଭାବ ଏତେଟା ନଥାଏ । ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ସମସ୍ତ ବରିଷ୍ଠ ଅଧିକାରୀ, ଡ୍ରାଇଭର , ସହ ଚାଲକ ତଥା ଅନ୍ୟାନ ଶ୍ରମିକମାନଙ୍କୁ ଅଧିକ ସତର୍କ ରହିବା ପାଇଁ ସୂଚିତ କରାଯାଇଛି । ଏହା ସହ ସୁରକ୍ଷାବଳ ଓ ନିବାସୀ ମାନଙ୍କୁ ଅତି ଆବଶ୍ୟକ ନଥିଲେ ୍ୱଟମାଲୁ ଅଞ୍ଚଳକୁ ନଯିବାପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଶ୍ରୀନଗର ପୋଲିସ ପକ୍ଷରୁ ଆଜି ସକାଳେ ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଏବାର ଦୁଇ ସ୍ଥାନୀୟ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହା ସହ ସେମାନଙ୍କ ଠାରୁ ୧୫ଟି ପିସ୍ତଲ, ୩୦ ଟି ମ୍ୟାଜିଜିନ, ୩୦୦ ରାଉଣ୍ଡର ସମେତ ଗୋଟିଏ ସ୍ୱୈଲେନ୍ସର ସମେତ ଅନ୍ୟାନ ଆପତ୍ତିଜନକ ସାମଗ୍ରୀ, ହାତ ହତିଆର, ଗୋଳା ବାରୂଦ ଆଦି ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking