34.1 C
Bhubaneswar
Friday, March 29, 2024
Homeଅପରାଧଗର୍ଭବତୀକୁ ଗଳାଚିପି ହତ୍ୟା, ଅଭିଯୁକ୍ତ ଗିରଫ

ଗର୍ଭବତୀକୁ ଗଳାଚିପି ହତ୍ୟା, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବର୍ତମାନ ଲକ୍ ଡାଉନ ସମୟ ଚାଲିଥିବାରୁ ଅଧିକାଂଶ ଦିନମଜୁରିଆ କାମ ହରାଇ ଗୋଡହାତ ବାନ୍ଧି ବସିଛନ୍ତି । ଯାହାଫଳରେ ଆର୍ଥିକ ସଂକଟ କାରଣରୁ ଜଣେ ଯୁବକ ନିଜର ଗର୍ଭବତୀ ସ୍ତ୍ରୀକୁ ଓଢଣୀରେ ତାଙ୍କ ତଂଟି ଚିପି ହତ୍ୟା କରିଛନ୍ତି । ତେବେ ୨୫ ମାର୍ଚ୍ଚରୁ ଲକ୍ ଡାଉନ ହେବା ଯୋଗୁଁ ଗରିବ ଶ୍ରେଣୀର ଲୋକେ ଅନେକ ହଇରାଣର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଉକ୍ତ ଯୁବକଙ୍କ ସ୍ତ୍ରୀ ସବୁଦିନର ଜରୁରୀ ଜିନିଷ ପାଇଁ ସ୍ୱାମୀଙ୍କ ସହ ସବୁଦିନ ପାଟିତୁଣ୍ଡ ହେଉଥିଲା । ତେବେ ଏହି ବିବାଦ ଏମିତି ରୂପ ନେଇଥିଲା ଯେ, ଶନିବାର ଉକ୍ତ ଯୁବକ ଜଣକ ୬ ମାସର ଗର୍ଭବତୀ ଥିବା ତାଙ୍କ ସ୍ତ୍ରୀକୁ ଓଢଣୀରେ ଗଳାଦାବି ହତ୍ୟା କରିଛି । ଏହାପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ତେବେ ଉକ୍ତ ଯୁବକ ଜଣକ ଦୁଇ ବର୍ଷ ପୂର୍ବେ ତାଙ୍କ ପଡୋଶୀ ଘରର ଝିଅ ସରତା ଲୋଧୀ ନାମକ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେମାନେ ଅଲଗା ସ୍ଥାନରେ ଘରଭଡା ନେଇ ରହୁଥିଲେ । ସ୍ୱାମୀ ରମେଶ ଏକ ଫ୍ୟାକ୍ଟ୍ରିରେ ସିଲାଇ କାମ କରୁଥିଲେ । ହେଲେ ଲକ ଡାଉନ ହେବା ଫଳରେ ଫ୍ୟାକ୍ଟ୍ରି ବନ୍ଦ ହୋଇଥିଲା । ଯାହାଫଳରେ ସବୁଦିନର ଖର୍ଚ୍ଚ ମେଂଟାଇବା ପାଇଁ ରମେଶକୁ କଷ୍ଟ ହେବା ଆରମ୍ଭ ହୋଇଥିଲା । ଆଉ ତାପରେ ଏହି କାଣ୍ଡ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking