27.1 C
Bhubaneswar
Friday, March 29, 2024
Homeଓଡିଶାକୋରାନା ଭାଇରସରୁ ରକ୍ଷା ପାଇଁ ସୁନ୍ନି ମୁସଲିମ ସମ୍ପ୍ରଦାୟ ମାନଙ୍କର ପ୍ରାର୍ଥନା ସଭା

କୋରାନା ଭାଇରସରୁ ରକ୍ଷା ପାଇଁ ସୁନ୍ନି ମୁସଲିମ ସମ୍ପ୍ରଦାୟ ମାନଙ୍କର ପ୍ରାର୍ଥନା ସଭା

ଜଗତସିଂହପୁର: ହଜରତ ମୌଲାନା ସୟଦ ମନଜର ସାହେବ , ମୋୖଲାନା ସମି ଅଖତର ଓ ହାପିଜ ତେଗୀ ସାହେବ ଙ୍କ ଅଧ୍ୟକ୍ଷତାରେ ଆଜି ଜଗତସିଂହପୁର ଜିଲ୍ଲା ସୁନ୍ନି ମୁସଲିମ ସପ୍ରଦାୟ ତରଫରୁ ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ସାତ ନମ୍ବର ୱାର୍ଡ ଓହଳ ଗ୍ରାମରେ ଏକ ସମୂହ ପ୍ରାଥନା ସଭା ଅନୁଷ୍ଠିତ ହୋଇଯାଇଛି । ଉଭୟ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଈଶ୍ବର ନିକଟରେ ମଣିଷ ସମାଜ କୋରାନା ମହାମାରୀରୁ ରକ୍ଷା ପାଈଁ ଗୁହାରି କରିଛନ୍ତି ।
ଏହି ପ୍ରାର୍ଥନା ସଭା ସକାଳ ୭ରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିଥିଲା । ଜିଲ୍ଲାର ପ୍ରାୟ ସବୁ ପ୍ରାନ୍ତରୁ ସୁନି ସମ୍ପ୍ରଦାୟ ମୁସଲିମ ଲୋକମାନେ ଏହି ପ୍ରାଥନା ସଭାକୁ ଅତ୍ୟନ୍ତ ଆଗ୍ରହ ସହକାରେ ଆସି ଭାଗ ନେଇଥିଲେ । କୋରାନ ପ୍ରଦତ୍ତ ଏହି ଜପ ଈଶ୍ବରଙ୍କର ବିଶେଷ ଧ୍ୟାନ ଆକର୍ଷଣ କରେ ବୋଲି ମୁସଲିମ ସମ୍ପ୍ରଦାୟ ଲୋକମାନେ ବିଶ୍ୱାସ କରନ୍ତି । ଏହି ଜପର ବହୁତ ପୂରାତନ ମାନ୍ୟତା ମଧ୍ୟ ରହିଛି ବୋଲି ମୌଲାନାମାନେ ମତବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking