26.1 C
Bhubaneswar
Monday, December 11, 2023
Homeଓଡିଶାଦାଦନ ଖଟିବାକୁ ଯାଇ ଜଣେ ନିଖୋଜ

ଦାଦନ ଖଟିବାକୁ ଯାଇ ଜଣେ ନିଖୋଜ

ତୁମୁଡ଼ିବନ୍ଧ: ଓଡ଼ିଶାରେ ବିଭିନ୍ନ ସମୟରେ ରୋଜଗାର ନ ମିଳିବାରୁ ଅନେକ ଲୋକ ଦାଦନ ମୁହାଁ ହେଉଛନ୍ତି, ଆଉ ଫେରିବା ସମୟରେ କେହି କେହି ଶବ ହେଇ ଫେରୁଛି ତ ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା ବେଳେ ଆଉ କେହି କେହି ନିଖୋଜ ମଧ୍ୟ ହେଉଛନ୍ତି । ଆଉ ଏହିଭଳି ଏକ ଖବର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ, ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତର କାଣ୍ଡାମୀ ଗ୍ରାମରେ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କିଲନ ନାୟକ (୪୬), ନିଜ ଅଞ୍ଚଳରେ କୌଣସି ରୋଜଗାର ନ ମିଳିବାରୁ ଗତ ଜୁଲାଇ ୨୨ ତାରିଖ ଦିନ ଦାଦନ ଖଟିବାକୁ ରାଜକୋଟ ଅଭିମୁଖେ ବାହାରି ୨୪ ତାରିଖ ଦିନ ପହଞ୍ଚିଥିଲେ, ଆଉ ପହଞ୍ଚିବା ପରେ କିଛି ସମୟ ବିଶ୍ରାମ ନେଇଁ ପାନରାଜକୋଟର ଥୋରୋଡ଼ା, ଶାନ୍ତିକାବୀର ରୋଡ଼ ଆଡେ ବୁଲାବୁଲି କରିବାକୁ ଯାଇ କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି । ଉକ୍ତ ସହରରେ ପୂର୍ବରୁ କାମ କରିଆସୁଥିବା ତାଙ୍କ ଗ୍ରାମର କିଛି ଲୋକ ସାଙ୍ଗକୁ କିଲନ ନାୟକଙ୍କ ପୁଅ ଜିତୁ ନାୟକ ଫେରିବା ସମୟ ବିଳମ୍ବ ହେବାହେତୁ ବହୁ ସମୟ ଧରି ପାଖାପାଖି ଅଞ୍ଚଳରେ ଖୋଜା ଖୋଜି କରି ନପାଇବାରୁ ନିକଟସ୍ଥ ଥାନାରେ ଏକ ନିଖୋଜ ଅଭିଯୋଗ ଦାଏର କରିଛନ୍ତି । ମାତ୍ର ତୁମୁଡ଼ି ବନ୍ଧ ଥାନା ଅଧିକାରୀ କୌଣସି ସହଯୋଗ କରିନଥିବା ସେମାନେ କହିଛନ୍ତି । ଆଜକୁ କିଲନ ନାୟକ ନିଖୋଜର ୧୫ ଦିନ ପରେ ବି କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ବ୍ୟସ୍ତ ବିବ୍ରତ ହେଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking