31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୭୫ ବର୍ଷ ପରେ ଭାଇଙ୍କୁ ଭେଟିଲେ ପାକ୍ ମହିଳା

୭୫ ବର୍ଷ ପରେ ଭାଇଙ୍କୁ ଭେଟିଲେ ପାକ୍ ମହିଳା

ଇସଲାମାବାଦ: ଦୀର୍ଘ ୭୫ ବର୍ଷ ପରେ ଭାରତରେ ରହୁଥିବା ଭାଇଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି ଜଣେ ପାକିସ୍ତାନୀ ମହିଳା । ମୁମତାଜ ବିବି ନାମ୍ନୀ ଏହି ମହିଳା ଭାରତରେ ଏକ ଶିଖ୍ ପରିବାରେ ଜନ୍ମଗ୍ରହଣ କରିଥିଲେ । ୧୯୪୭ରେ ଭାରତ ବିଭାଜନ ସମୟରେ ତାଙ୍କୁ ମାତ୍ର ଏକବର୍ଷ ବୟସ ହୋଇଥିଲା । ମାଆଙ୍କ କୋଳରେ ବସିଥିବାବେଳେ ଦଙ୍ଗାକାରୀଙ୍କ ଆକ୍ରମଣରେ ମାଆଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ମହମ୍ମଦ ଇକ୍‌ବାଲ ଓ ତାଙ୍କ ପତ୍ନୀ ଆଲ୍ଲାରାଖୀ ଦୟାପରବଶ ହୋଇ କୁନି ଝିଅକୁ କୋଳେଇ ନେଇଥିଲେ । ଇକ୍‌ବାଲ ଦମ୍ପତି ୧୯୪୭ରେ ପାକିସ୍ତାନ ପଳାଇଯାଇଥିବାବେଳେ ଝିଅଟିର ନାମ ମୁମତାଜ ରଖିଥିଲେ ଏବଂ ନିଜ ଜନ୍ମିତ କନ୍ୟା ଭଳି ପାଳିଥିଲେ । ମୁମତାଜ ବଡ ହେବା ପର୍ଯ୍ୟନ୍ତ ଜାଣିନଥିଲେ ସେ ଜଣେ ପାଳିତା କନ୍ୟା ।

ତେବେ ଦୁଇବର୍ଷ ପୂର୍ବେ ଇକ୍‌ବାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁୁ ସେମାନେ ମୁମତାଜଙ୍କୁ ସବୁକଥା ଜଣାଇଥିଲେ । ସେ ମୁସଲିମ ନୁହନ୍ତି, ବରଂ ଶିଖ୍ ପରିବାରର କନ୍ୟା ବୋଲି ତାଙ୍କୁ କୁହାଯାଇଥିଲା । ଇକ୍‌ବାଲଙ୍କ ମୃତ୍ୟୁପରେ ମୁମତାଜ୍ ଓ ତାଙ୍କ ପୁଅ ଶାହବାଜ ସୋସିଆଲ ମିଡିଆରେ ପରିବାରବର୍ଗଙ୍କୁ ଠାବ କରିବାକୁ ପ୍ରବଳ ଉଦ୍ୟମ କରିଥିଲେ । ପଞ୍ଜାବର ପଟିଆଲା ଜିଲ୍ଲାରେ ଥିବା ନିଜର ପୈତୃକ ଗ୍ରାମ ସମ୍ପର୍କରେ ଜାଣିବାପରେ ମୁମତାଜଙ୍କର ଏହି ଅଭିଯାନ ସଫଳ ହୋଇଥିଲା । ନିକଟରେ କରତାରପୁର ଗୁରୁଦ୍ୱାରରେ ସେ ନିଜ ଭାଇଙ୍କୁ ଭେଟିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରିଛନ୍ତି । ଖୁବଶୀଘ୍ର ଭାରତ ଆସିବେ ବୋଲି ମଧ୍ୟ ମୁମତାଜ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking