29.4 C
Bhubaneswar
Thursday, April 18, 2024
Homeଓଡିଶାରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କେନ୍ଦୁଝର : ରାସ୍ତାକଡ଼ରୁ ସଦ୍ୟଜାତ ଶିଶୁ ପୁତ୍ର ଉଦ୍ଧାର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧିନ ମିଠିଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକେ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି। ଶିଶୁଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଶିଶୁଟିର ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସଢା ଗ୍ରାମର କିଛି ଯୁବକ ମହୁଦା ଗ୍ରାମରୁ ଭୋଜି ଖାଇ ଫେରୁଥିବା ବେଳେ ମିଠିଗାଁ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ ପୁତ୍ରକୁ ପାଇଥିଲେ । ନବଜାତ ଶିଶୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ କାନ୍ଦୁଥିବାର ଦେଖି ଯୁବକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ନବଜାତ ଶିଶୁ ପୁତ୍ରକୁ କିଏ ଏବଂ କାହିଁକି ଏଭଳି ଅବସ୍ଥାରେ ଫିଙ୍ଗି ଦେଇଛି ତାର ସତ୍ୟତା ଜଣାପଡ଼ି ନାହିଁ। ପୋଲିସର ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking