22.1 C
Bhubaneswar
Sunday, January 23, 2022
Homeଓଡିଶାଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ବୈଠକ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ବୈଠକ

ପୁରୀ : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି (ଗୁରୁବାର) ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏଥିସହ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ମଧ୍ୟ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ସେବାୟତମାନଙ୍କ ସହ ମଧ୍ୟ ଆଲୋଚନା କରି ସମସ୍ୟା ବାବଦରେ ପଚାରି ବୁଝିଛନ୍ତି । ସେପଟେ ନବ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ବୈଠକ ରହିଛି । ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିବା ହେତୁ ସୁରେଶ ମହାପାତ୍ର ଉକ୍ତ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ହେରିଟେଜ କରିଡର ସହିତ ସେବାୟତଙ୍କର କଲ୍ୟାଣ, ନୂତନ ସବ୍-କମିଟି ଗଠନ ନେଇ ବୈଠକରେ ଆଲୋଚନା ହୋଇପାରେ । ଏହାଛଡା ଗତ ରଥଯାତ୍ରାର ସମୀକ୍ଷା ମଧ୍ୟ ହେବ । ସେହିପରି ଗୁରୁକୁଳ ନିର୍ମାଣ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ । ଏଥିସହ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking