30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦଶହରାରେ ଦୁବାଇରେ ଉଦ୍‌ଘାଟନ ହେବ ନୂଆ ହିନ୍ଦୁ ମନ୍ଦିର

ଦଶହରାରେ ଦୁବାଇରେ ଉଦ୍‌ଘାଟନ ହେବ ନୂଆ ହିନ୍ଦୁ ମନ୍ଦିର

ଦୁବାଇ: ଦୁବାଇରେ ନିର୍ମାଣ ହୋଇଥିବା ନୂଆ ହିନ୍ଦୁ ମନ୍ଦିର ଆସନ୍ତାକାଲି ଦଶହରା ଅବସରରେ ଉଦ୍ଘାଟନ ହେବାକୁ ଯାଉଛି । ଦୁବାଇ ସହରର ଜିବେଲ ଅଲ୍ଲୀରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଏହାର ନାମ ରହିଛି ସିନ୍ଧି ଗୁରୁ ଦରବାର ମନ୍ଦିର  ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହା ସମ୍ପୂର୍ଣ୍ଣ ନୂତନ ମନ୍ଦିର ହୋଇନଥିବା ବେଳେ ସେଠାରେ ଥିବା ପୁରୁଣା ମନ୍ଦିରର ଏକ ବିକଶିତ ତଥା ପରିବର୍ଦ୍ଧିତ ଢାଞ୍ଚା ।

୨୦୨୦ ଫେବୃଆରୀରେ ଏହି ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ହୋଇଥିଲା । ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଓ ହିନ୍ଦୁଙ୍କ ମଧ୍ୟରେ ଏହି ମନ୍ଦିରକୁ ନେଇ ବେଶ୍ ଉତ୍ସାହ ପ୍ରକାଶ ପାଇଛି । ଏହି ମନ୍ଦିର ଆସନ୍ତାକାଲି ବିଜୟା ଦଶମୀରୁ ଉଦ୍‌ଘାଟନ ହେବା ସହ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ମୁକ୍ତ ରହିବ । ସମସ୍ତ ଧର୍ମର ବ୍ୟକ୍ତିବିଶେଷ ମନ୍ଦିରରେ ପ୍ରବେଶ କରିବା ସହ କାରୁକାର‌୍ୟ୍ୟ ଓ ଭାସ୍କର‌୍ୟ୍ୟ କଳାକୁ ଅନୁଭବ କରିବାର ସୁଯୋଗ ପାଇବା ନେଇ ସୂଚନା ମିଳିଛି ।

ଏହି ମନ୍ଦିରରେ ସ୍ମାର୍ଟ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶନ ପାଇଁ ଆଗୁଆ ଅନଲାଇନ ଦର୍ଶନ ବୁକିଂ ବ୍ୟବସ୍ଥା ବିକଶିତ କରିଛି ମନ୍ଦିର ପ୍ରଶାସନ । ଅନଲାଇନରେ ଦର୍ଶନ ପାଇଁ ଅଗ୍ରୀମ ବୁିକିଂ ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ତେବେ ପ୍ରଥମ ଦିନରୁ ହିଁ ଅନଲାଇନ ବୁକିଂ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଉଦ୍‌ଘାଟନୀ ଦିବସରେ ମନ୍ଦିରରେ ଦର୍ଶନ କରିବା ପାଇଁ ବହୁ ପ୍ରବାସୀ ଭାରତୀୟ ବୁକିଂ ମଧ୍ୟ କରି ସାରିଲେଣି ।

ପରିଚାଳନା କମିଟିର ସୂଚନା ଅନୁସାରେ, ଏହି ମନ୍ଦିର ସମସ୍ତ ଦିନ ସକାଳ ୬.୩୦ ରୁ ରାତି ୮ ଯାଏ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ । ବର୍ତ୍ତମାନର ଭିତ୍ତିଭୂମି ଓ ବ୍ୟବସ୍ଥା ଅନୁସାରେ ପ୍ରତିଦିନ ପ୍ରାୟ ୧ ହଜାରରୁ ୧୨ ଶହ ଶ୍ରଦ୍ଧାଳୁ ନିର୍ଦ୍ବନ୍ଦ୍ବରେ ଦର୍ଶନ କରିପାରିବା ନେଇ ଆଶାପ୍ରକଟ କରିଛି ପରିଚାଳନା ବୋର୍ଡ କହୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking