32.1 C
Bhubaneswar
Thursday, March 28, 2024
Homeଓଡିଶା୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକା ଶ୍ରମିକ ମୃତ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକା ଶ୍ରମିକ ମୃତ

କଳାହାଣ୍ଡି : ଗତକାଲି ସାରା ବିଶ୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଅସୁରକ୍ଷିତ ଭାବେ କାର‌୍ୟ୍ୟରତ ଜଣେ ନାବାଳିକା ଶ୍ରମିକର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଆମ୍ବୋଦଲା ଥାନା ବାଏଲଯୋଡି ଗାଁର ପ୍ରଭା କୋଶଲିଆ(୧୭) । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆମ୍ବୋଦଲା ଥାନା କୁଟ୍ରୁପାଲି ଗାଁର ତିଳୋତ୍ତମା ଚଲାନଙ୍କ ଆବାସ ଯୋଜନା ଘରର ଫ୍ଲାସ ପକାଇବା ପାଇଁ ଗୋଟିଏ ପୁରୁଷ ଶ୍ରମିକ ଓ ଦୁଇଜଣ ମହିଳା ନିୟୋଜିତ ହୋଇଥିଲେ । ଏହି କାମକୁ ଠିକାରେ ନେଇଥିଲେ ଜଗଦିଶ ଚଲାନ । ଶ୍ରମିକ ମାନଙ୍କ ସହ କାମ କରୁଥିବା ସମୟରେ ଘର ଉପର ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ପ୍ରଭା କୋଶଲିଆ ସଂଜ୍ଞାହିନ ହୋଇ ଘର ଉପରୁ ତଳେ ପଡିଥିଲେ । ତାଙ୍କୁ ୧୦୮ ଯୋଗେ ତୁରନ୍ତ କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଡାକ୍ତର ନିହାର ରଞ୍ଜନ ସାହୁଙ୍କୁ ପଚାରିବାରୁ ମେଡିକାଲରେ ପହଁଚିବା ପୂର୍ବରୁ ମୃତ୍ୟୁ ଘଟିଥିଲା । କେଉଁ କାରଣରୁ ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ପରେ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି । ଅମ୍ବାଦଳା ପୁଲିସ ବିଶ୍ୱନାଥପୁର ମେଡିକାଲ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/03/09/ex-mla-dead/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking