27.1 C
Bhubaneswar
Friday, March 29, 2024
Homeଅପରାଧସହି ହେଲାନି ଅସଦାଚରଣ : ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କଲେ ନାବାଳିକା

ସହି ହେଲାନି ଅସଦାଚରଣ : ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କଲେ ନାବାଳିକା

କେନ୍ଦୁଝର : ଲୋକଲଜ୍ଜା ପାଇଁ ଜୀବନ ଦେଇଦେଲେ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରେଇ ଗାଁରେ ଲୋକ ଲଜ୍ଜା ଭୟରେ ନାବାଳିକା ଆତ୍ମହତ୍ୟା କରିଛନ୍ତି । ନିଜ ସାଙ୍ଗ ସାଙ୍ଗରେ ଗାଧୋଇବାକୁ ଯିବା ବେଳେ ଗାଁର ସରୋଜ କୁମାର ପ୍ରଧାନ ନାମକ ଯୁବକ ତାଙ୍କୁ ଅଟକାଇବା ସହ ନିସାଶକ୍ତ ଅବସ୍ଥାରେ ଅସଦାଚରଣ କରିଥିଲା । ଆଉ ଏସବୁ ଦୃଶ୍ୟ ଗାଁ ଲୋକେ ଦେଖିଥିଲେ ।

ଫଳରେ ଭୟରେ ନାବିଳିକା ଜଣକ ଘରକୁ ଯାଇ ବିଷ ପିଇ ଦେଇଥିଲେ । ଏକଥା ଜାଣି ତାଙ୍କ ଘରଲୋକ ସଙ୍ଗେ ସଙ୍ଗେ ନିକଟସ୍ଥ ଅନୁଗୋଳ ଜିଲ୍ଲା ଖମାର ମେଡିକାଲକୁ ନେଇଯାଇଥିଲେ । ହେଲେ ଅବସ୍ଥା ଅଧିକ ସଂଗୀନ ହେବାରୁ ନାବାଳିକାଙ୍କୁ ଅନୁଗୋଳ ନିଆଯାଇଥିଲା । ଆଉ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ମୃତକଙ୍କ ବାପା ତୋଲକେଇ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ସିରଗୁଡ଼ାରୁ ଗିରଫ କରିଛି । ବର୍ତ୍ତମାନ ମୃତ ନାବାଳିକାଙ୍କ ଶବକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଆଜି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking