40.1 C
Bhubaneswar
Thursday, April 25, 2024
Homeଓଡିଶାବଜ୍ରାଘାତ ନେଲା ନାବାଳକ ଜୀବନ

ବଜ୍ରାଘାତ ନେଲା ନାବାଳକ ଜୀବନ

ଭୁବନେଶ୍ୱର: ଏବେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାପାତ ମଧ୍ୟ ହେଉଛି । ଯାହାଫଳରେ ଅନେକ ଲୋକଙ୍କ ଜୀବନ ଯାଉଥିବା ଖବର ସାମ୍ନାକୁ ଆସୁଛି । ଏବେ ଏମିତି ହିଁ କିଛି ଦୃଶ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, କଣ୍ଟାମାଳ ଥାନା ବରଗାଁ ପଂଚାୟତ ସେଲାପାଲି ଗାଁରେ ବଜ୍ରପାତ ଫଳରେ ଜଣେ ୧୨ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ଏବଂ ତା ସହିତ ଥିବା ନାବାଳିକା ଜଣକ ଆହତ ହୋଇଛନ୍ତି । ସେମାନେ ଦୁଇ ଜଣ  ଖଜୁରୀ ଖାଇବାକୁ ବାହାରକୁ ଯାଇଥିବା ବେଳେ ସେହି ସମୟରେ ବର୍ଷା ହେବା ସହ ଜୋରରେ ବଜ୍ରପାତ ମଧ୍ୟ ହୋଇଥିଲା । ଯାହା ଦ୍ୱାରା ନାବାଳକଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ମୃତ ନାବାଳକ ଏବଂ ଆହତ ନାବାଳିକା ହେଉଛନ୍ତି ସଂପର୍କୀୟ ଭାଇ ଭଉଣୀ । ଏହାକୁ ନେଇ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।
https://onakhabar.com/2020/06/03/cyber-crime-during-ordering-wine-online/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking