27.1 C
Bhubaneswar
Thursday, April 25, 2024
Homeଓଡିଶାସଡକ ସୁରକ୍ଷା ନେଇ ବୈଠକ ଅନୁଷ୍ଠିତ

ସଡକ ସୁରକ୍ଷା ନେଇ ବୈଠକ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ଏସପି ଚରଣ ସିଂ ମିନା,ଜାତୀୟ ରାଜପଥ କର୍ତୁପକ୍ଷ,ଯାଜପୁର ଏବଂ ଚଣ୍ଡିଖୋଲର ଆରଟିଓ , ବିଭିନ୍ନ ଗାଡି ମାଲିକ ସଂଘ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ଜିଲାରେ ପରିବହନ ବ୍ୟବସ୍ଥା ସହିତ ଜିଲାରେ ନିର୍ମାଣ ହୋଇଥିବା ଅଯଥା ହମସ୍ କୁ ଉଠାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚଣ୍ଡିଖୋଲ- ଡୁବୁରୀ ଜାତୀୟ ରାଜପଥ ଅବସ୍ଥା ନେଇ ଉଦବେଗ ପ୍ରକାଶ କରି ତୁରନ୍ତ ଏହାର ମରାମତି କରିବାକୁ ଜିଲାପାଳ ଜାତୀୟ ରାଜପଥ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ସ୍ଥାନରେ ଲାଗିବାକୁ ଥିବା ବିଭିନ୍ନ ଚିହ୍ନ ଓ ଲାଇଟ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଯାଜପୁର ମିନିବସ ଏବଂ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ଛୋଟ ଯାତ୍ରୀବାହୀ ଗାଡି ଚଳାଚଳ କରିବାକୁ ଜିଲାପାଳଙ୍କୁ ଦାବୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking