26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସ୍ତ୍ରୀକୁ ଗେଲ କରି ମାଡ଼ ଖାଇଲେ ସ୍ୱାମୀ, କାରଣ କ’ଣ ଜାଣନ୍ତୁ....

ସ୍ତ୍ରୀକୁ ଗେଲ କରି ମାଡ଼ ଖାଇଲେ ସ୍ୱାମୀ, କାରଣ କ’ଣ ଜାଣନ୍ତୁ….

ଲକ୍ଷ୍ନୌ : ନଦୀରେ ଗାଧୋଇବା ବେଳେ ସ୍ତ୍ରୀକୁ ଚୁମ୍ବନ ଦେବାରୁ ମାଡ଼ ଖାଇଲେ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଅଯୋଧ୍ୟାରେ । ଉତ୍ତରପ୍ରଦେଶ ଅଯୋଧ୍ୟା ସ୍ଥିତ ସରାୟୁ ନଦୀରେ ଦମ୍ପତି ସ୍ନାନ କରୁଥିବା ବେଳେ ଏଭଳି ଘଟଣା ଘଟିଛି । ନିର୍ଯାତନା ଓ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ଅଯୋଧ୍ୟା ପୋଲିସ । ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହିତ ଅଯୋଧ୍ୟା ସ୍ଥିତ ସରାୟୁ ନଦୀରେ ଗାଧୋଉଥିଲେ । ଗାଧୋଇବା ବେଳେ ସ୍ତ୍ରୀଙ୍କୁ ଚୁମ୍ବନ ଦେଇଥିଲେ ସ୍ୱାମୀ । ଏହି ସମୟରେ କୂଳ ଓ ନଦୀରେ ଥିବା ଲୋକମାନେ ଗାଳିଗୁଲଜ ଓ ପରିହାସ କରିଥିଲେ । ଏତିକି ବେଳେ ପାଖରେ ଥିବା କିଛି ଲୋକ ସ୍ୱାମୀଙ୍କୁ ନଦୀରୁ ଟାଣି ଆଣି ଚାପୁଡା ବିଧା, ଗୋଇଠା ମାରିଚାଲିଥିଲେ । ଏଭଳି ଅଶ୍ଲୀଳ ଆଚରଣ ଆମେ ସହିପାରିବୁ ନାହିଁ ବୋଲି ସେଠାରେ ଥିବା ଉପସ୍ଥିତ ଲୋକ କହୁଥିଲେ । ମାଡ଼ ଖାଉଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ । ତେବେ ଏହି ଏହି ଭିଡିଓ ଭାଇରାଲ ହେବା ପରେ ଅଯୋଧ୍ୟା ପୋଲିସ ଟ୍ୱିଟ୍ କରି କହିଛି ଯେ ଏହି ଘଟଣାକୁ ଆମେ ଗୁରୁତର ସହ ନେଇଛୁ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରାୟୁ ନଦୀ ଗଙ୍ଗାର ସାତଟି ଉପନଦୀ ମଧ୍ୟରୁ ଅନ୍ୟତମ ଏବଂ ଏହାକୁ ହିନ୍ଦୁମାନେ ପବିତ୍ର ବୋଲି ବିବେଚନା କରନ୍ତି । କୁହାଯାଏ ସରାୟୁ ନଦୀ କୂଳରେ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking