29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପତ୍ନିଙ୍କ ପ୍ରେମିକକୁ ଘରକୁ ଡାକିଲେ, ଆଉ ତା ପରେ..

ପତ୍ନିଙ୍କ ପ୍ରେମିକକୁ ଘରକୁ ଡାକିଲେ, ଆଉ ତା ପରେ..

ନୂଆଦିଲ୍ଲୀ: ପତ୍ନୀଙ୍କ ପ୍ରେମିକକୁ ଘରକୁ ଡାକି ନିର୍ମମ ଭାବେ ହତ୍ୟା କରାଯିବା ଭଳି ଲୋମହର୍ଷକାରୀ ଘଟଣା ମେରଠରେ ଘଟିଛି । ପତ୍ନୀଙ୍କ ସ୍ୱାମୀ ଓ ତାଙ୍କ ଶାଶୁଘର ଲୋକେ ଉକ୍ତ ନକୁଳ ନାମକ ଜଣେ ଯୁବକଙ୍କୁ ଘରକୁ ଡାକି ଛାତ ଉପରେ ପ୍ରେମବ୍ୟାପାରକୁ ନେଇ ତା ସହ ଅନେକ ପାଟିତୁଣ୍ଡ କରିଥିଲେ । ପରେ ରାଗିଯାଇ ତାଙ୍କୁ ଘରର ଛାତ ଉପରୁ ତଳକୁ ଠେଲିଦେବା ପରେ ମାରଣାସ୍ତ୍ରରେ ଆକ୍ରମଣ କରି ଠେଙ୍ଗାରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଉକ୍ତ ଯୁବକଙ୍କୁ ରକ୍ଷା କରିବା ପାଇଁ ଆସିଥିବା ମହିଳାଙ୍କୁ ମଧ୍ୟ ସେମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟମାସ୍ଥଳରେ ତୁରନ୍ତ ପୋଲିସ ପହଂଚି ନକୁଳଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ୪ ଜଣଙ୍କୁ ଗିରଫ ମଧ୍ୟ କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking