ଟଏଲେଟ ପାଇପ ଭିତରୁ ପୁଳା ପୁଳା ଟଙ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକର ପିଡବ୍ଲୁଡି (ପୂର୍ତ୍ତ) ବିଭାଗର ଜନୈକ ଯନ୍ତ୍ରୀ ଶାନ୍ତା ଗୌଡା ବିରାଦାରଙ୍କ ବାସଭବନରେ ଦୁର୍ନୀତି ନିବାରଣ ବିଭାଗର ଚଢ଼ଉ ବେଳେ ଟଙ୍କା ପାଇପ ଲାଇନ ଠାବ ହୋଇଛି । ଏହି ପାଇପ (ପ୍ଲାଷ୍ଟିକ ନାଳୀ) ମାଧ୍ୟମରେ ଟଙ୍କା ଓ ଅଳଙ୍କାର ଆଦି ଲୁଚାଇ ରଖିବା ସହ ଅନ୍ୟତ୍ର ଖଲାସ କରାଯାଉଥିଲା ।
ପାଣି ପାଇପ ମିସ୍ତ୍ରୀଙ୍କୁ ଡାକି ଯାଞ୍ଚ ବେଳେ ଏହା ଧରାପଡିଥିଲା । ଗୌଡାଙ୍କ କୁଲବର୍ଗି ଜିଲ୍ଲାରେ ଥିବା ଘରୁ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ନଗଦ ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ କରିଛନ୍ତି । ପାଇପ ଗୁଡ଼ିକ ତଡ଼ାଯାଇ ସେଥିରୁ ଆହୁରି ଟଙ୍କା ଓ ଅଳଙ୍କାର ବାହାର କରାଯାଇଛି । ଆୟବର୍ହିଭୂତ ସମ୍ପତ୍ତି ଲୁଚାଇବାରେ ଯନ୍ତ୍ରୀଙ୍କ ଅଭିନବ ଉପାୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

LEAVE A REPLY

Please enter your comment!
Please enter your name here