ୟୁପି ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

କଳାହାଣ୍ଡି: ଦେଶରେ ଯେଉଁ ଭଳି ମହିଳା ପ୍ରତି ଧର୍ଷଣ ଓ ହତ୍ଯା ବଢି ଚାଲିଛି ଏକ ଚିନ୍ତାର ବିଷୟ ପାଲଟିଛି। ପୁଣି ୟୁପିର ହାଥରସ୍ ର ଝିଅ ମନିଷାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଟି ଆଜି ପୁରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାକୁ ଦେଶବାସୀ ଘୋର ନିନ୍ଦା କରିବା ସହ ପ୍ରତିବାଦ କରିଛନ୍ତି। ଆମ କଳାହାଣ୍ଡିରେ ବି ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲାର କିଛି ଯୁବ ସମାଜସେବୀ ( ପ୍ରମୋଦ ସାହୁ, ଯଶୋବନ୍ତ ରଣା, ସରୋଜ ସାହୁ, ବୁଦ୍ଧେଶ୍ୱର ଚୌଧୁରୀ, ଡମ୍ବରୁଧର ସାହୁ ଓ ରବିନ୍ଦ୍ର ସାହୁ ) କେସିଙ୍ଗା ବ୍ଲକ ତୁର୍ଲାଖମନରୁ ଭବାନୀପାଟଣା ଅଭିମୁଖେ ଲୋକଙ୍କୁ ସଚେତନର ବାର୍ତ୍ତା ଦେବା ପାଇଁ ୫୫କିମି ର ପଦଯାତ୍ରା ଆରମ୍ଭ କରିଥିଲେ। ଭବାନୀପାଟଣା ସହରରେ ପହଞ୍ଚିଲା ପରେ କିଛି ସମାଜସେବୀ ଓ ସମାଜସେବିକା ( ମିଲନ ଭୋଇ, ମ୍ରୁତ୍ୟୁଞ୍ଜୟ ନାଏକ, ଝିଲିମିଲି ପାଲ୍, ରାଜେଶ୍ୱରୀ ସାହୁ, ସୁନିତା ବାଗ, ଲକ୍ଷ୍ମୀ ଓ ପୁଷ୍ପା ) ସ୍ୱାଗତ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ତା ପରେ ସମସ୍ତେ ମିଶି ଦୋଷୀମାନଙ୍କ ବିରୁଦ୍ଧର ଦ୍ରୁଢ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରିବା ପ୍ରଧାନମନ୍ତ୍ରୀଙ୍କ ସକାଶେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦେଇଥିଲେ। ତା ପରେ ରକ୍ତ ସଂଗ୍ରହାଳୟକୁ ଆସି ରକ୍ତଦାନ ବି କରିଥିଲେ।

LEAVE A REPLY

Please enter your comment!
Please enter your name here