ବଲାଙ୍ଗିର : ପାଣି ଭର୍ତ୍ତି ଖାତରୁ କାର ଉଦ୍ଧାର କଲା ପୋଲିସ । ପୁଇଁତଳା ଭାଲେର ଗାଁ ନିକଟ ଖାତରୁ କ୍ରେନ୍ ସାହାର୍ଯ୍ୟରେ ଉଦ୍ଧାର କରିଛି ପୋଲିସ୍ । ଉଦ୍ଧାର କାର୍ରେ ବସ୍ତା ବସ୍ତା ଗଞ୍ଜେଇ ଥିବା ସୂଚନା ମିଳିଛି । କାର୍ଟି କାହାର ଓ କିପରି ଖାତରେ ପଡିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ୍ କାରଟିକୁ ନିଜ ହେପାଜତକୁ ନେଇ ଏହାର ତଦନ୍ତ ଜାରୀ ରଖିଛି ।