OnaKhabar

ଅନୁଗୋଳରେ ଲଜ୍ଜ୍ୟକାଣ୍ଡ, ଭିଡିଓ ଭାଇରାଲ ପରେ ଆତ୍ମହତ୍ୟା କଲେ ଯୁବତୀ, ଖୋଲାରେ ବୁଲୁଛି ଦୃର୍ବୁତ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଏକ ଅବାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ଜା ସହି ନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ବନ୍ତଳା ଅଞ୍ଚଳର ଜଣେ ଯୁବତୀଙ୍କର ଜଣେ ଅପରିଚିତ ଯୁବକଙ୍କ ସହ ଫୋନ୍‌ରୁ ପରିଚିତ ହୋଇଥିଲା । ଫୋନ୍‌ରେ କଥାବାର୍ତ୍ତା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଯୁବକ ଜଣକ କୌଶଳ କ୍ରମେ ଭିଡିଓ କଲିଙ୍ଗ୍ କରି ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିଥିଲେ । ପରେ ସେହି ଅଶ୍ଲୀଳ ଭିଡିଓ ଜରିଆରେ ଯୁବତୀଙ୍କୁ ବ୍ଲାକମେଲିଂ କରି ଆସୁଥିଲେ । ତେବେ ନିକଟରେ ଯୁବକ ଜଣକ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ବନ୍ତଳା ଅଞ୍ଚଳରେ ଭାଇରାଲ କରିଦେଇଥିଲା । ଏନେଇ ସ୍ଥାନୀୟ ଲୋକେ ଯୁବତୀଙ୍କ ପରିବାରଲୋକଙ୍କୁ ଜଣାଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଯୁବତୀ ଜଣକ ଘରୁ ଆଉ ବାହାରି ନଥିଲେ। ଗତକାଲି ଅପରାହ୍ନ ୪ଟା ବେଳେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯୁବତୀଙ୍କ ପରିବାର ପକ୍ଷରୁ ବନ୍ତଳା ଥାନାରେ ଅଭିଯୋଗ କରାଯାଇଥିଲା । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାର ଜଣା ପଡିଛି | ତେବେ ଏପରି ମୃତ୍ୟୁ ପଆଇଁ ଦାୟୀ ହୋଇଥିବା ଯୁବକ ଜଣଙ୍କ ପ୍ରତି କିପରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଓ ତାକୁ କିଏ ଅଧିକାର ଦେଲା ଏପରି ଘୃଣ୍ୟ କାମ କରିବାକୁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |
https://www.onakhabar.com/minor-girl-pregnant-in-koraput/


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111