27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଜଙ୍କ୍ ଫୁଡ୍ ଯୋଗୁଁ ବଢିଯାଇଥିଲା ଓଜନ, ୧୦୭ କିଲୋ ଓଜନ ହ୍ରାସ କରି ରେକର୍ଡ କଲେ...

ଜଙ୍କ୍ ଫୁଡ୍ ଯୋଗୁଁ ବଢିଯାଇଥିଲା ଓଜନ, ୧୦୭ କିଲୋ ଓଜନ ହ୍ରାସ କରି ରେକର୍ଡ କଲେ ମହିଳା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଫିଟ୍ ରହିବା ଲାଗି ଓଜନ କମାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଭଳି କ୍ଷେତ୍ରରେ ବ୍ରିଟେନ୍ର ଜଣେ ମହିଳା ନିଜ ଓଜନକୁ ୧୦୭ କିଲୋ କମାଇଥିବା ସୂଚନା ମିଳିଛି। ଡନ୍ ଲାମ୍ବାର୍ଟ ନାମକ ଏହି ୫୨ ବର୍ଷୀୟା ମହିଳାଙ୍କର ଓଜନ ପୂର୍ବରୁ ୧୬୬ କିଲୋ ଥିଲା । ଏବେ ସେ ୬୦ କିଲୋ ପାଖାପାଖି । ଲାମ୍ବାର୍ଟ ଦୀର୍ଘ ଦିନ ଧରି ଅଧିକ ମାତ୍ରାରେ ଜଙ୍କ୍ ଫୁଡ୍, ଚିପ୍ସ ଓ ବର୍ଗର ଆଦି ଖାଉଥିଲେ । ସେଥିଯୋଗୁ ତାଙ୍କ ଓଜନ ବଢ଼ି ଚାଲିଥିଲା । ଓଜନ ଅଧିକ ହେବା କାରଣରୁ ତାଙ୍କୁ ଆସ୍ଥମା ଓ ରକ୍ତ ଜମିଯିବା ଭଳି ରୋଗ ହେଲା । ଏହାଛଡ଼ା ତାଙ୍କର ପାଚନ ତନ୍ତ୍ରବି ସବୁବେଳେ ଖରାପ ରହୁଥିଲା । ତାଙ୍କର ପାଦରେ ଫ୍ୟାଟ୍ ସେଲ୍ସ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ଓଜନ ଏଭଳି ବଢ଼ୁଥିଲା ଯେ ଡାକ୍ତରମାନେ ତାଙ୍କୁ ଲିଭର କାମ କରିବା ବନ୍ଦ ନେଇ ଚେତାବନୀ ଦେଇଥିଲେ । ସେହି ଡର ଯୋଗୁ ସେ ଓଜନ କମାଇବାକୁ ସ୍ଥିର କଲେ। ସେଥିଲାଗି ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍ ଗ୍ରହଣ କଲେ । ଖାଦ୍ୟରେ ତେଲ ମସଲାକୁ କମାଇ ସବୁଜ ପନିପରିବା ଉପରେ ଗୁରୁତ୍ୱ ଦେଲେ । ପ୍ରଥମରୁ ଅସମ୍ଭବ ବୋଲି ଲାଗୁଥିଲେ ବି ଶେଷରେ ତାଙ୍କର ସେହି ପରିଶ୍ରମ ଫଳବତୀ ହେଲା । ବର୍ତ୍ତମାନ ତାଙ୍କ ଓଜନ ୧୦୭ କିଲୋ କମିଯାଇଛି। ଲାମ୍ବାର୍ଟ କହିଛନ୍ତି, ଯଦି ମୁଁ ଏହା କରିପାରିଲି ତା’ ହେଲେ ଯେକେହି ନିର୍ଦ୍ଧିଷ୍ଟ ଡାଏଟ୍ ଗ୍ରହଣ କରି ଏଭଳି ଓଜନ କମାଇପାରିବେ ଓ ଫିଟ୍ ରହିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking