39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶତିରୁପତି ମନ୍ଦିରକୁ ୧ କୋଟି ଟଙ୍କାର ସୁବର୍ଣ୍ଣ ଖଣ୍ଡା ଦାନ

ତିରୁପତି ମନ୍ଦିରକୁ ୧ କୋଟି ଟଙ୍କାର ସୁବର୍ଣ୍ଣ ଖଣ୍ଡା ଦାନ

ହାଇଦ୍ରାବାଦ:  ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଜଣେ ଶିଳ୍ପପତି ୧ କୋଟି ଟଙ୍କା ମୂଲ୍ୟରେ ସୁନା ନିର୍ମିତ ଏକ ଖଣ୍ଡା ତିରୁପତି ମନ୍ଦିରକୁ ଦାନ ଦେଇଥିବା ଜଣାପଡିଛି । ଏହି ସୁନା ଖଣ୍ଡାର ଓଜନ ୫ କିଲୋ ହୋଇଥିବାବେଳେ ଏଥିରେ ୨ କିଲୋ ସୁୁନା ଓ ୩ କିଲୋ ରୁପା ବ୍ୟବହୃତ ହୋଇଛି । ସୂର୍ଯ୍ୟକଟାରୀ ନାମରେ ନାମିତ ଏହି ସୁନା ଖଣ୍ଡାକୁ ଭକ୍ତଜଣକ ସୋମବାର ତିରୁପତି ଦେବସ୍ଥାନମ ବୋର୍ଡର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ପ୍ରଭୁ ଭେଙ୍କଟେଶ୍ୱରଙ୍କର ପରମ ଭକ୍ତ ବୋଲାଉଥିବା ଶିଳ୍ପପତିଜଣକ ଗତବର୍ଷ ତିରୁପତି ମନ୍ଦିରକୁ ସୁନା ଖଣ୍ଡା ଉପହାର ଦେବାକୁ ମନସ୍ଥ କରିଥିଲେ । ତେବେ କୋଭିଡ୍ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ତାମିଲନାଡୁର କୋଏମ୍ବାଟୁର ସହରର ଜଣେ ପ୍ରତିଷ୍ଠିତ ବଣିଆ ୬ ମାସ ମଧ୍ୟରେ ଏହି ଖଣ୍ଡାକୁ ତିଆରି କରିଛନ୍ତି । ଦ୍ୱିତୀୟ ଥର କୌଣସି ଭକ୍ତ ତିରୁପତି ମନ୍ଦିରକୁ ସୁନା ଖଣ୍ଡା ଦାନ ସୂତ୍ରରେ ଦେଇଛନ୍ତି । ପୂର୍ବରୁ ୨୦୧୮ରେ ତାମିଲନାଡୁର ଜଣେ ଲୁଗା ବ୍ୟବସାୟୀ ତିରୁପତି ମନ୍ଦିରକୁ ସୁନା ଖଣ୍ଡା ଉପହାର ଦେଇଥିଲେ । ୬ କିଲୋ ଓଜନର ସେହି ଖଣ୍ଡାର ମୂଲ୍ୟ ୧.୭୫ କୋଟି ଟଙ୍କା ଥିଲା ବୋଲି ମନ୍ଦିର ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking