33.1 C
Bhubaneswar
Thursday, April 25, 2024
Homeଅପରାଧପ୍ରେମ ସଂପର୍କକୁ ନେଇ ଚିନ୍ତାରେ ଥିବା ଡାକ୍ତର ଏପରି କଲେ ଯାହା ଜାଣିଲେ ଆଶ୍ଚର୍ଯ୍ୟ...

ପ୍ରେମ ସଂପର୍କକୁ ନେଇ ଚିନ୍ତାରେ ଥିବା ଡାକ୍ତର ଏପରି କଲେ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ହାଇଦ୍ରାବାଦ: ପ୍ରେମ ସମ୍ପର୍କକୁ ନେଇ ଚିନ୍ତା ଓ ଅବସାଦଗ୍ରସ୍ତ ଥିବା ଜଣେ ଡାକ୍ତର ଶୁକ୍ରବାର ଦିନ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁର ଗୋଟିଏ ଦିନ ପରେ ଶନିବାର ଦିନ ଡାକ୍ତରଙ୍କ ମୃତଦେହ ମିଳିଥିବା ଜଣା ପଡ଼ିଛି। ମୃତକଙ୍କ ନାମ ଦଶାରାପୁ ସୁଭାଷ ବୋଲି ଚିହ୍ନଟ କରିଛି ପୁଲିସ।
ଶନିବାର ଦିନ ଡାକ୍ତର ସକାଳୁ ନଉଠିବାରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ବାରମ୍ବାର ଚେଷ୍ଟା ପରେ ମଧ୍ୟ ସୁଭାଷଙ୍କ ପରିବାର ଲୋକେ ତାଙ୍କୁ ଉଠାଇବ‌ାରେ ବିଫଳ ହୋଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ସୂଚନା ମୁତାବକ, ସୁଭାଷ ଜଣେ ହୃଦରୋଗ ବିଶେଷଜ୍ଞ ଥିଲେ ଏବଂ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ। ମୃତକଙ୍କ ପରିବାର ସଦସ୍ୟ ପୁଲିସକୁ କହିଛନ୍ତି ଯେ, ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସୁଭାଷ ଅବସାଦଗ୍ରସ୍ତ ଥିଲେ। ଆତ୍ମହତ୍ୟା ପଛରେ ଏହି କାରଣ ରହିଥାଇପାରେ ବୋଲି ପରିବାର ଲୋକେ କହୁଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଚାଳାଇଛି।ତେବେ ଏଯାବତ ମୁତ୍ୟୁର ସଠିକ କାରଣ ଜଣାପଡିନାହିଁ ।
https://onakhabar.com/2020/03/16/corona-updates-12/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking