26.1 C
Bhubaneswar
Wednesday, June 11, 2025
Homeଓଡିଶାଆଜିଠୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ ସେତୁ

ଆଜିଠୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ ସେତୁ

ଆଠଗଡ଼: ଆଜିଠୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍‌ ଲଗାଯାଇଥିଲା।

ଏହାପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ। ହେଲେ ଅସ୍ଥାୟୀ ରାସ୍ତା ଧୋଇଯୁବାରୁ ଧବଳେଶ୍ୱର ପୀଠକୁ ଯାତୟତ ବନ୍ଦ ରହିଥିଲା। ଏବେ କଂକ୍ରିଟ ସେତୁ ନର୍ମାଣ ହେବାରୁ ସେହି ରାସ୍ତା ଦେଇ ଯିବେ ଶ୍ରଦ୍ଧାଳୁ। ସେତୁରେ ରଙ୍ଗ ଲଗାଯିବା ସହ ଆପ୍ରୋଚ୍‌ ରୋଡ୍‌ ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ମଧ୍ୟ ନିର୍ମାଣ କରାଯାଇଛି। ସେତୁ ନିର୍ମାଣ ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking