32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପୋଲିସ ରାଇଫଲରୁ ଗୁଳି ଫୁଟି ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ

ପୋଲିସ ରାଇଫଲରୁ ଗୁଳି ଫୁଟି ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସେଠାରେ ଡ୍ୟୁଟିରେ ଥିବା ଜଣେ ପୋଲିସଙ୍କ ରାଇଫଲରୁ ହଠାତ୍ ଭୁଲରେ ଗୁଳି ଫୁଟି ଯାଇଥିଲା । ବନ୍ଧୁକରୁ ଭୁଲବଶତଃ ଫୁଟି ଯାଇଥିବା ଗୁଳିଟି ଯାଇ ସେଠାରେ ସେ ସମୟରେ ଉପସ୍ଥିତ ଥିବା ମହମ୍ମଦ ଆସିଫ୍ ପାଦ୍ରୁଙ୍କ ଦେହରେ ବାଜିଥିଲା। ଏହି ଅତର୍କିତ ଘଟଣାରେ ସେ ଆହତ ହେଇଥିଲେ । ପରେ ଆହତ ଆସିଫଙ୍କୁ ପୋଲିସ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ତେବେ ଚିକିତ୍ସାଧୀନ ଥିବା ସମୟରେ ସେ ମୃତ୍ୟୁବରଣ କରିଥିଲେ । ଗୁଳି ଚାଲିଥିବା ପୋଲିସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ପରେ ତାଙ୍କୁ ଗିରଫ କରାଯାଇଛି। ଏହାର ଅଧିକ ତଦନ୍ତ କରାଯାଉଛି ବୋଲି କାଶ୍ମୀର ଜୋନ୍ ପୋଲିସ ଏକ ବିବୃତ୍ତିରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking