30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୨୦୨୪ ନିର୍ବାଚନ ପୂର୍ବରୁ ଜନଗଣନା ସମ୍ଭାବନା ନାହିଁ

୨୦୨୪ ନିର୍ବାଚନ ପୂର୍ବରୁ ଜନଗଣନା ସମ୍ଭାବନା ନାହିଁ

ନୂଆଦିଲ୍ଲୀ : ୨୦୨୧ ଜାତୀୟ ଜନଗଣନା ଏବେ ଲୋକସଭା ନିର୍ବାଚନ ପରେ ହେବ । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଜନଗଣନାର ନୂଆ କାର୍ଯ୍ୟକ୍ରମ ଘୋଷଣା କରିନାହାନ୍ତି । ୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ୍‌-ମେ’ରେ ହେବ । ଏହା ପୂର୍ବରୁ କର୍ମଚାରୀଙ୍କୁ ଭୋଟର୍ ତାଲିକା ଅପ୍‌ଟେଡ୍ କରିବାକୁ ପଡ଼ିବ । ଫଳରେ ଜନଗଣନା କାମ ଆରମ୍ଭ ହେବା ସମ୍ଭବ ନୁହେଁ । ଏବେ ଯେଉଁ ଜନଗଣନା ହେବା ତାହା ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା ହେବ । ଏଥିରେ ଲୋକଙ୍କୁ ୩୧ ପ୍ରଶ୍ନ ପଚରାଯିବା । ଜନଗଣନା କରୋନା ମହାମାରୀ କାରଣରୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରାଯାଇଥିଲା । ଜନଗଣନାର ହାଉସ୍ ଲିଷ୍ଟିଂ ଫେଜ୍ ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟାର୍ (ଏନ୍‌ପିପି) ଅପ୍‌ଡେଟ୍ କାର୍ଯ୍ୟ ୨୦୨୦ ଏପ୍ରିଲ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ପୂରା ହେବାର ଥିଲା, ଯାହା ଲକ୍‌ଡାଉନ୍ କାରଣରୁ ହୋଇପାରି ନଥିଲା ।

ଅଧିକାରୀଙ୍କ ଅନୁସାରେ ୨୦୨୩ ଜାନୁଆରୀରେ ଭାରତର ରେଜିଷ୍ଟ୍ରାର୍ ଜେନେରାଲ୍ ଏବଂ ଜନଗଣନା କମିଶନ୍ ପ୍ରଶାସନିକ ସୀମା ସ୍ଥିର (ନୂଆ ଜିଲ୍ଲା ଓ ଉପଜିଲ୍ଲା ଗଠନ) ତାରିଖକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନିୟମ ଅନୁସାରେ ଜିଲ୍ଲା, ତହସିଲ, ବ୍ଲକ୍ ଓ ଥାନାର ସୀମା ଫ୍ରିଜ୍ କରିବାର ତିନିମାସ (ସେପ୍ଟେମ୍ବର ୩୦) ପରେ ହିଁ ଜନଗଣନା ହୋଇଥାଏ । ସେହିପରି ଜନଗଣନାରେ ସାମିଲ ହେବାକୁ ଥିବା ଦେଶର ୩୦ ଲକ୍ଷ ସରକାରୀ କର୍ମଚାରୀ/ଶିକ୍ଷକଙ୍କୁ ଟ୍ରେନିଂ ଦେବାରେ ୨-୩ ମାସ ସମୟ ଲାଗିବ । ଇତିମଧ୍ୟରେ ନିର୍ବାଚନ କମିଶନ୍ ମଧ୍ୟ ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ଭୋଟର୍ ଲିଷ୍ଟ୍ ଯାଞ୍ଚ୍ କାମ କରିବେ । ଯେହେତୁ ପ୍ରାଥମିକା ପରିବର୍ତ୍ତିତ ହେବ, ତେଣୁ ଜନଗଣନା ଲୋକସଭା ନିର୍ବାଚନ ପରେ ହିଁ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking