39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଚନ୍ଦା ବରକୁ ବାହା ହେବାକୁ ମନା କରି ଦେଲା କନ୍ୟା, ତା’ପରେ କ’ଣ ହେଲା ପୁରା...

ଚନ୍ଦା ବରକୁ ବାହା ହେବାକୁ ମନା କରି ଦେଲା କନ୍ୟା, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ଲକ୍ଷ୍ନୌ : ଚନ୍ଦା ବରକୁ ବାହା ହେବାକୁ ମନା କରି ଦେଲା କନ୍ୟା । ବାହାଘର ମଝିରେ ବର ମୁଣ୍ଡରୁ ନକଲି ଚୁଟି ବାହାରିଯିବାରୁ ସେ ଚନ୍ଦା ବୋଲି ଜଣାପଡ଼ିଥିଲା । ଆଉ ତା’ ପରେ ବାହା ହେବାକୁ ମନା କରି ଦେଇଥିଲା କନ୍ୟା । ଉତ୍ତର ପ୍ରଦେଶର ଉନ୍ନାବ ଜିଲ୍ଲା ସ୍ଥିତ ସଫିପୁର କୋତବାଲୀ ଅଞ୍ଚଳରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାକାର ଜଣେ ଯୁବତୀଙ୍କ ବିବାହ କାନପୁରର ଯୁବକଙ୍କ ସହ ସ୍ଥିର ହୋଇଥିଲା । ଉଭୟ ପରିବାରର ସହମତିରେ ମେ’ ୨୦ରେ ବାହାଘର ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ କନ୍ୟା ପକ୍ଷରୁ ବେଶ୍ ଜାକ ଜମକରେ ଆୟୋଜନ ବି ହୋଇଥିଲା । ବରଯାତ୍ରୀ ଖୁବ୍ ନାଚଗୀତ କରି କନ୍ୟା ଘରେ ପହଞ୍ଚିଥିଲେ ।

ସେଠାରେ ଭୋଜି ଭାତର ଆସର ବି ଜମିଥିଲା । ତା’ ପରେ ବର ଓ କନ୍ୟା ଷ୍ଟେଜ୍‌ରେ ପହଞ୍ଚିଥିଲେ । ଏହା ପରେ ବିବାହ ସ୍ଥଳରେ ଜୟମାଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବର କନ୍ୟା ପରସ୍ପରକୁ ଜୟ ମାଳା ପିନ୍ଧାଇଥିଲେ । ବରଣମାଳା ପିନ୍ଧି ସାରି ସିଡ଼ିରୁ ଓହ୍ଲାଇବା ବେଳେ ଅଚାନକ ବରର ମୁଣ୍ଡ ବୁଲାଇ ଦେଇଥିଲା । ସେ ବେହୋସ୍ ହୋଇ ଗଳି ପଡ଼ିଥିଲେ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସମ୍ଭାଳିବା ସହ ତଳୁ ଉଠାଇଥିଲେ । ପରେ କନ୍ୟାର ଭାଇ ବର ମୁହଁରେ ପାଣି ଛିଞ୍ଚିବା ସହ ମୁଣ୍ଡକୁ ଆଉଁସିଥିଲେ । କିନ୍ତୁ ଏହି ମୁଣ୍ଡ ଆଉଁସିବା ସମୟରେ ତାଙ୍କ ହାତକୁ ବରର ୱିଗ୍ ଚାଲିଆସିଥିଲା । ଏହା ଦେଖିବା ପରେ କନ୍ୟାର ରାଗ ପଞ୍ଚମକୁ ଚଢ଼ିଯାଇଥିଲା ।

ସେ ତୁରନ୍ତ ବର ପକ୍ଷ ଲୋକଙ୍କୁ ଧୋକେ ବାଜ୍ ବୋଲି କହିବା ସହ ବାହାଘର ପାଇଁ ମନା କରି ଦେଇଥିଲେ । ବର ପକ୍ଷ ଲୋକ ଯେତେ ବୁଝାଇଲେ ବି ଝିଅ ବୁଝିବାକୁ ନାରାଜ ଥିଲା । ବାହାଘର ମଝିରୁ ହିଁ ସେ ବିବାହ ପାଇଁ ମନା କରି ଦେଇଥିଲା । ଏହା ପରେ କନ୍ୟାପକ୍ଷ ଲୋକ ଧୋକା ଦେଇଥିବା ଅଭିଯୋଗ କରି ବର ଓ ବର ପିତାଙ୍କୁ ଅଟକ ରଖିଥିଲେ । ବିଳମ୍ବିତ ରାତିରୁ ପରଦିନ ସକାଳ ଯାଏଁ ଝାମେଲା ଜାରି ରହିଥିଲା । ପରେ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ଉଭୟ ପକ୍ଷ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ତା’ ପରେ ବର ଘର ଲୋକ ଝିଅ ଘରକୁ ବିବାହ ସାଜ ସଜ୍ଜା, ଭୋଜି ଭାତରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରାଇବାକୁ ରାଜି ହୋଇଥିଲେ । ବର ପକ୍ଷରୁ ୫ ଲକ୍ଷ ୬୦ ହଜାର ଟଙ୍କା ଆଦାୟ କରିବା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ନ କରିବାକୁ କନ୍ୟା ଘର ରାଜି ହୋଇଥିଲେ । ତା’ ପରେ ବର ଶିଶୁପାଳ ହୋଇ ଫେରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking