ଦୁଇ ବର୍ଷ ପରେ ନିଖୋଜ ପୁଅ ଉଦ୍ଧାର

ମାଲକାନଗିରି : ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମର ସନ୍ଧାନରେ ଘରୁ ଗୋଡ କାଢିଥିଲା। କାମ ସନ୍ଧାନ ରେ ଥିବା ନାବାଳିକ ପୁଅ ହୋଇ ଗଲା ନିଖୋଜ। ବହୁତ୍ ଖୋଜା ଖୋଜି କରି ଥାନା ରେ ଏତଲା ଦେବା ପରେ ମଧ୍ୟ ଦୁଇ ବର୍ଷ ଧରି ପିଲା ର ନଥିଲା କୌଣସି ପ୍ରକାର୍ ସୂଚନା ବାପା ମା ଙ୍କ ପାଖରେ । ମାଲକାନଗିରି ରେ ପୋଲିସ ର ରାତ୍ରି କାଳୀନ ପେଟ୍ରୋଲିଂ ବେଳେ ଉଦ୍ଧାର ହେଲା ସେଇ ନିଖୋଜ ପୁଅ। ଉଦ୍ଧାର ପରେ ଜିଲ୍ଳା ପୋଲିସ୍ ଯୋଗାଯୋଗ କରି ଥିଲା ଝାଡ଼ଖଣ୍ଡ ର ପରିବାର ବର୍ଗ କୁ। ପରେ ଭିଡିଓ କଲ୍ ପାଲଟିଲା ସଂଯୋଗ ର ସେତୁ। ଓଡିଶା ପୋଲିସ କୁ ଗ୍ରାମବାସୀ କଲେ ପ୍ରସଂଶା ।

ଭିଡିଓ କଲ୍ ରେ କଥା ହେଉଥିବା ଏହି ପୁଅ ଜନକ ହେଉଛି ସୁନ୍ଦର ଗୋପେ। ଝାଡ଼ଖଣ୍ଡ ରୁ ଦୁଇ ବର୍ଷ ତଳେ ନିଖୋଜ ହୋଇଥିବା ଏହି ପୁଅ ମୁହଁ ରେ ଆଜି ଖୁସି ର ଲହରି। ଦୁଇ ବର୍ଷ ପରେ ମା ନିଜ ହଜିଲା ପୁଅ କୁ ପାଇଁ ବେଶ୍ ଖୁସି। ଗାଁ ସାରା ଖୁସି। ଏହା କେବଳ ସମ୍ଭବ ହୋଇ ପାରିଛି ମାଲକାନଗିରି ଜିଲ୍ଲା ପୋଲିସ ପାଇଁ। ମାଲକାନଗିରି ପୋଲିସ ର ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ଉଦ୍ଧାର ହୋଇଥିଲା ଏହି ପିଲା ଟେ। ଉଦ୍ଧାର କରିବା ପରେ ଯାତ୍ରୀ ବିଶ୍ରାମ ଗାର ରେ ନେଇ ଉପଯୁକ୍ତ ବ୍ୟବସ୍ତା କରି ବହୁ ପଚରାଉଚୁରା କରିବା ପରେ ପିଲାଟି ନିଜ ଘର ର ସମୁର୍ଣ୍ଣ ବିବରଣୀ ଦେଇଥିଲା ଉଦ୍ଧାର କରିଥିବା ପୋଲିସ ଏସ୍ ଆଇ ଶୁଭଶ୍ରୀ ଙ୍କୁ। ତା ପରେ ଯୋଗାଯୋଗ ଆରମ୍ଭ କରି ଖୋଜାଖୋଜି କରି ଝାଡ଼ଖଣ୍ଡ ପୋଲିସ ପହଂଚି ଥିଲା ପୁଅ ଟି ର ଘରକୁ। ପରେ ଭିଡିଓ କଲ୍ ପାଲଟିଲା ସଂଯୋଗ ର ମାଧ୍ୟମ।

ଦୁଇ ବର୍ଷ ପରେ ମା ବାପା ପୁରା ପରିବାର ନିଜ ହଜିଲା ପୁଅ କୁ ପାଇଁ ବେଶ୍ ଖୁସି। ଗାଁ ସାରା ଖୁସି।ପ୍ରଶ୍ନସା ଓ ଧନ୍ଯବାଦ ଦେଲେ ଓଡିଶା ପୋଲିସ କୁ। ଓଡିଶା ପୋଲିସ ର ଏହି ପରି କାମ କୁ ଖୁବ୍ ପ୍ରଶଂସା କରିଛନ୍ତି ଗ୍ରାମବାସୀ । ବାପା ମା ନିଜ ନିଖୋଜ ଥିବା ପୁଅ କୁ ପାଇଁ ବହୁତ୍ ଖୁସି ହେଲେ ଗରିବ ପରିବାର ଝାଡ଼ଖଣ୍ଡ ରୁ ଓଡିଶା କୁ ଆସିବେ ବା କେମିତି ତାହାକୁ ନେଇ ଚିନ୍ତାରେ।

LEAVE A REPLY

Please enter your comment!
Please enter your name here