31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିହାରରେ ଡଙ୍ଗା ଓଲଟି ୨୪ ନିଖୋଜ, ଜଣେ ମୃତ

ବିହାରରେ ଡଙ୍ଗା ଓଲଟି ୨୪ ନିଖୋଜ, ଜଣେ ମୃତ

ପାଟନା: ଡଙ୍ଗା ଓଲଟି ୨୪ ଜଣ ନିଖୋଜ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଭଗବାନପୁର ଗ୍ରାମରେ। ଚାଷ କରିବା ପାଇଁ ନଦୀପାର ହୋଇ ଚାଷୀମାନେ ଡଙ୍ଗାରେ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ନଦୀକୁ ଓଲଟି ପଡ଼ିଥିଲା। ଯାହା ଫଳରେ ୨୪ଜଣ ନିଖୋଜ ଥିବା ଜଣାପଡ଼ିଛି । ଏହି ଘଟଣାରେ ଜଣେ କୂଳକୁ ପହଁରି ନିଜ ଜୀବନ ବଞ୍ଚାଇ ପାରିଥିବା ସୂଚନା ମିଳିଛି ଏବଂ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ନିଖୋଜ ଥିବା ଚାଷୀମାନେ କୁଚାୟକୋଟ ଓ ବିଶମ୍ଭରପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାଟି ବୋତିଆ-ଗୋପାଳଜଙ୍ଗ ସୀମା ବର୍ତ୍ତୀ ଅଞ୍ଚଳ ଭଗବାନପୁର ଗ୍ରାମରେ ଘଟିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking