32.1 C
Bhubaneswar
Thursday, March 28, 2024
Homeଅପରାଧ୫ଟଙ୍କା ଲୋଭ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲେ ୫୦ବର୍ଷୀୟ ବୃଦ୍ଧ

୫ଟଙ୍କା ଲୋଭ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲେ ୫୦ବର୍ଷୀୟ ବୃଦ୍ଧ

କାକଟପୁର : କୁଣ୍ଡେଶ୍ୱର ଗ୍ରାମର ଜନୈକା (୫) ବର୍ଷର ନାବାଳିକା ଛଦ୍ମ ନାମ (କୁନି)କୁ ସେହି ଗ୍ରାମର ବୃନ୍ଦାବନ ପ୍ରଧାନ (୫୦) ଏକୁଟିଆ ଥିବାର ସୁଯୋଗ ନେଇ ପାଞ୍ଚ ଟଙ୍କାର ଲୋଭ ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଏହା ପରେର ପରିବାର ପକ୍ଷରୁ କାକଟପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ (୬) ଘଣ୍ଟା ନପୂରୁଣୁ ଥାନା (ଆଇଆଇସି) ପ୍ରିୟ ରଞ୍ଜନ ନାୟକ (ଏସ୍‌ଆଇ) ପ୍ରିୟତମା ପ୍ରଧାନ ସଦଳବଳେ ପୋଲିସ ଫୋର୍ସ ନେଇ କୁଣ୍ଡେଶ୍ୱର ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ବୃନ୍ଦାବନକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ନାବାଳିକା କନ୍ୟା ଓ ଅଭିଯୁକ୍ତକୁ ଡାକ୍ତରୀ ମଇନା କରାଯାଇଥିବାବେଳେ ଅଭିଯୁକ୍ତକୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ କାକଟପୁର ଥାନାରେ (ଦଫା ୩୭୬) ଏବି ପୋକ୍ସ ଆକ୍ଟରେ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ମୁତାବକ ଉକ୍ତ କେସ୍‌ଟିକୁ ଏକ ମାସ ଅବଧି ମଧ୍ୟରେ ତଦନ୍ତ ସାରି ଚାର୍ଜ ସିଟ ଦାଖଲ କରିବାକୁ ନିର୍ଦେଶ ରହିଛି । ଅପରପକ୍ଷରେ କାକଟପୁର ଥାନା ପକ୍ଷରୁ ପୋଲିସ ଚ୍ୟାଲେଞ୍ଜ ଭାବେ ଏହାକୁ ଗ୍ରହଣ କରିଥିବାବେଳେ ଘଟଣା ଟି କାକଟପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking